ପିପିଲିରେ ବାର୍ଡଫ୍ଲୁ, କୁକୁଡାକୁ ମାରିବା ପାଇଁ ପହଞ୍ଚିଲା ୧୩ ଜଣିଆ ରାପିଡ଼ ରେସ୍ପନସ୍ ଟିମ

ପିପିଲି : ପିପିଲିରେ ବାର୍ଡଫ୍ଲୁ । କୁକୁଡାକୁ ମାରିବା ପାଇଁ ପହଞ୍ଚିଲା ୧୩ ଜଣିଆ ରାପିଡ଼ ରେସ୍ପନସ୍ ଟିମ । ଗତ କିଛି ଦିନ ଧରି ପିପିଲି ଅଞ୍ଚଳରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରୁଥିବା ଦେଖାଯାଇଥିଲା ।

ଏହା ପରେ କଟକ ଫୁଲନଖରା ସ୍ଥିତ ଆନିମଲଡ଼ିଜିିଜ ରିସର୍ଚ୍ଚ ସେଣ୍ଟରର ଦୁଇ ଜଣିଆ ଡାକ୍ତରୀ ଦଳ କୁକୁଡ଼ାର ରକ୍ତ, ମଳମୁତ୍ର,କଫ ସଂଗ୍ରହ କରିବା ସହ ମଲା କୁକୁଡ଼ାକୁ ପରୀକ୍ଷା କରିବାକୁ ନେଇଥିଲେ । ତାମିଲନାଡୁର ଭେଲୋର ଠାରେ ପରୀକ୍ଷା ପରେ ନମୂନାରୁ କୁକୁଡ଼ାଙ୍କ ଠାରେ ବାର୍ଡ ଫ୍ଲୁ ପଜିଟିଭ୍ ଆସିଛି ।

ବାର୍ଡ ଫ୍ଲୁ ରିପୋର୍ଟ ଆସିବା ପରେ କୁକୁଡ଼ା ଚାଷୀଙ୍କ ମନରେ ଭୟର ବାତା ବରଣ ଦେଖା ଦେଇଛି । ବାର୍ଡ ଫ୍ଲୁ ନେଇ ସଠିକ ସୂଚନା ପ୍ରଦାନ କରାଯାଉନଥିବା ବେଳେ ଉପଯୁକ୍ତ କ୍ଷତି ପୂରଣ ନମିଳିବା ଯାଏ ଗୋଟିଏ ବି କୁକୁଡ଼ାକୁ ମାରିବାକୁ ଦିଆଯିବ ନାହିଁ ବୋଲି ଚାଷୀ କହିଛନ୍ତି ।

୧୩ଜଣିଆ ଡାକ୍ତରୀ ଚିମ୍ ପହଞ୍ଚି ପ୍ରଥମେ କୁକୁଡ଼ା ମାନଙ୍କୁ ପରୀକ୍ଷା କରିଛନ୍ତି । ଫାର୍ମରେ କୁକୁଡ଼ାକୁ ଗଣତି କରାଯାଇ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି ।

You might also like