ପିପିଲି ଓ ସତ୍ୟବାଦୀରେ ବ୍ୟାପୁଛି ବାର୍ଡ଼ ଫ୍ଲୁ ଭୟ, ବ୍ରଏଲର ପରେ ଏବେ ମରାଯିବ ଦେଶୀ କୁକୁଡ଼ା

ପିପିଲି: ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ବ୍ୟାପୁଛି ବାର୍ଡ ଫ୍ଲୁ ।  ଗତ ୨୪ ତାରିଖରୁ ୨୭ ତାରିଖ ଯାଏ ମୋଟ ୨୮ ହଜାର ୯୧୧ଟି କୁକୁଡା ମରାଗଲାଣି ।  ସତ୍ୟବାଦୀ ବ୍ଳକ ଅଞ୍ଚଳରେ ୧୪ ହଜାର ୭୮୭ଟି କୁକୁଡା ମରାଯାଇଥିବା ବେଳେ ପିପିଲିରେ ୧୪ ହଜାର ୧୨୪ ହଜାର କୁକୁଡା ମରାଯାଇଛି ।  ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିବା ମୋଟ ୩୮ ହଜାର ୨୫୦ କୁକୁଡାଙ୍କୁ ମରାଯିବାକୁ ଜିଲ୍ଲା ପ୍ରାଣୀଧନ ବିଭାଗ ସ୍ଥିର କରିଥିବା ଜଣାପଡିଛି । ଆବଲପୁରରେ କୁକୁଡ଼ା ମରାଯାଇ ତାକୁ ଅଖାରେ ଭର୍ତ୍ତି କରି ଗାତରେ ପକାଯିବା ପରେ ଏହାକୁ ତିନି ସ୍ତରରେ ମାଟି ବ୍ଲିଚିଙ୍ଗ ଏବଂ ଚୁନ ପକାଯାଇ ପୋତାଯାଉଛି । ସତ୍ୟବାଦୀରେ ୮ ଟି ଆରଆର ଟିମ ବିଭିନ୍ନ ଗାଁକୁ ବୁଲି ୧୫୨ଟି ଦେଶୀ କୁକୁଡ଼ାକୁ କଲିଂ କରାଯିବା ସହିତ ୭୪ଟି ଅଣ୍ଡାକୁ ନଷ୍ଟ କରିଛନ୍ତି ।

ଏହି ଅଭିଯାନ ଜାରି ରହିବ ବୋଲି କଟକ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି ।  ଅନ୍ୟପଟେ ବାର୍ଡଫ୍ଲୁ ଚିହ୍ନଟ ପରେ କୁକୁଡା ଚାଷୀଙ୍କୁ କ୍ଷତି ସହିବାକୁ ପଡୁଥିବାରୁ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ମଧ୍ୟ ଆରମ୍ଭ ହୋଇଯାଇଛି ।  ଏବେ ଯାଏ ମୋଟ ୯ ଲକ୍ଷ ୧୭ ହଜାର ୫୦୨ ଟଙ୍କା ବଣ୍ଟା ଯାଇଛି ।  ପିପିଲିରେ କୁକୁଡା ଚାଷୀଙ୍କୁ ୫ ଲକ୍ଷ ୮୦ ହଜାର ୯ଶହ ଟଙ୍କା ଦିଆଯାଇଥିବା ବେଳେ ସତ୍ୟବାଦୀରେ ୩ ଲକ୍ଷ ୩୬ ହଜାର ୬୦୨ ଟଙ୍କା ପ୍ରଦାନ କରାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like