ଚଳିତବର୍ଷ ଭିତରକନିକାରେ କମିଲା ପକ୍ଷୀଙ୍କ ସଂଖ୍ୟା
ରାଜନଗର (କେନ୍ୟୁଜ୍) : ଭିତରକନିକାରେ ଚଳିତବର୍ଷ କମିଲା ପକ୍ଷୀଙ୍କ ସଂଖ୍ୟା। ଚଳିତବର୍ଷ ୮୮ହଜାର ୬୧୪ଟି ପକ୍ଷୀ ଆସିଛନ୍ତି। ଗତବର୍ଷ ୯୧ହଜାର ୨୨୪ଟି ପକ୍ଷୀ ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ୨ହଜାର ୬୧୯ଟି କମ୍ ପକ୍ଷୀ ଆସିଛନ୍ତି। ରାଜନଗର DFO ବିକାଶ ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି। ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିଥିଲା। ମଠମାଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆରେ ୩ଟି ଟିମ୍ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ।