ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ଦେଶୀୟ ପକ୍ଷୀ ଗଣନା, ଚଳିତ ବର୍ଷ ଆସିଛନ୍ତି ଅଧିକ ପକ୍ଷୀ

ରାଜନଗର (କେନ୍ୟୁଜ):  ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ଦେଶୀୟ ପକ୍ଷୀ ଗଣନା। ଚଳିତ ବର୍ଷ ୧ ଲକ୍ଷ ୧୬ ହଜାର ୭୦ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୧ ଲକ୍ଷ ୮ ହଜାର ୬୩୯ ଟି ପକ୍ଷୀ ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ୭ ହଜାର ୪୩୧ ଟି ପକ୍ଷୀ ଅଧିକ ଗଣନା କରାଯାଇଛି।ରାଜନଗର ବନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଚଳିତ ମାସ ୮ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ୩ ଟି ଟିମ ଲଷ୍ମୀପ୍ରସାଦଡିଆ, ଦୃଗାପ୍ରସାଦଡ଼ିଆ ଓ ମଠଆଡିଆ ରେ ଦେଶୀୟ ପକ୍ଷୀ ଗଣନା କରିଥିଲେ।ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ବନବିଭାଗ ଓ ପରିବେଶପ୍ରେମୀ ମାନଙ୍କ ମହଲ ରେ ଖୁସି ଦେଖିବା ପାଇଁ ମିଳିଛି ।

ରାଜନଗର ଭାରପ୍ତାପ୍ତ ଡିଏଫ୍‌ଓ ଅଧିର କୁମାର ବେହେରାଙ୍କ ସୂଚନା ମୁତାବକ, ଚଳିତମାସ ୮ତାରିଖରୁ ୧୨ ତାରିଖ ଯାଏ ୫ଦିନ ଧରି ଭିତରକନିକାର ମଠଆଡ଼ିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆରେ ପକ୍ଷୀ ଗଣନା କରାଯାଇଥିଲା। ବନବିଭାଗର ୩ଟି ଟିମ୍‌ ପକ୍ଷୀ ଗଣନା କରିଥିଲେ। ମଠଆଡ଼ିଆରେ ୮୮୦ଟି ଗଛରେ ୧୩,୨୨୬ ବସାରେ ୨୬,୪୫୨ ବଡ଼ ପକ୍ଷୀ ଓ ୩୬,୯୦୬ ଶାବକଙ୍କୁ ମିଶାଇ ମୋଟ ୬୪, ୩୫୮ପକ୍ଷୀ ଗଣନା କରାଯାଇଥିଲା।

ଲକ୍ଷ୍ମୀପ୍ରସାଦଡିଆରେ ୬୩୬ଟି ଗଛରେ ୯,୭୪୨ଟି ବସାରେ ୧୯,୪୮୪ ବଡପକ୍ଷୀ ଚିହ୍ନଟ ହୋଇଥିବା ବେଳେ ୨୫,୫୦୧ ଶାବକଙ୍କୁ ମିଶାଇ ମୋଟ ୪୪,୯୮୫ ପକ୍ଷୀ ଚିହ୍ନଟ କରାଯାଇଛି। ସେହିପରି ଦୁର୍ଗାପ୍ରସାଦଡିଆରେ ୧୦୨ଟି ଗଛରେ ୧୪୯୬ଟି ବସାରେ ୨,୯୫୨ ବଡ ପକ୍ଷୀ ଓ ୩,୭୩୫ ଶାବକ, ମୋଟ ୬ .୭୨୭ଟି ପକ୍ଷୀ ଗଣନା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.