୩ ଘଣ୍ଟାର ଜେରା ପରେ ଇନ୍ଫୋସିଟି ଥାନାରୁ ବାହାରିଲେ ବିରେନ୍ଦ୍ର ଲାକ୍ରା, କହିଲେ ତଦନ୍ତରେ ସାହାଯ୍ୟ କରିଛି

ଭୁବନେଶ୍ବର(କେନ୍ୟୁଜ୍): ୩ ଘଣ୍ଟାର ଜେରା ପରେ ଇନଫୋସିଟି ଥାନାରୁ ବାହାରିଲେ ବିରେନ୍ଦ୍ର ଲାକ୍ରା । କହିଲେ ତଦନ୍ତ ଚାଲିଛି । ଯାହା ପଚାରିଲେ ଉତ୍ତର ଦେଇଛି। ତଦନ୍ତରେ ସହଯୋଗ କରିବି । ଆଗକୁ ଯେତେବେଳେ ଡାକିବେ ସେତେବେଳେ ଆସିବି ବୋଲି କହିଛନ୍ତି ବିରେନ୍ଦ୍ର ଲାକ୍ରା । ଅନ୍ୟପଟେ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି ଯେ ବିରେନ୍ଦ୍ର ଲାକ୍ରା ସମସ୍ତ ସହଯୋଗ କରୁଛନ୍ତି । ଆଜି ତାଙ୍କ ଷ୍ଟେଟମେଣ୍ଟକୁ ରେକର୍ଡ କରାଯାଇଛି । ଖୁବଶୀଘ୍ର ବାନ୍ଧବୀଙ୍କୁ ଡକାଯାଇ ପଚରାଉଚରା କରାଯିବ।

ମୋଟ ୨୫ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।ଘଟଣା ଦିନ ଯେଉଁମାନେ ଉପସ୍ଥିତ ଥିଲେ ଏବଂ ଯେଉଁମାନେ ଘଟଣା ବିଷୟରେ ଜାଣିଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ପଚରାଉଚରା କରାଯିବ । ଆପାର୍ଟମେଣ୍ଟର ରୁମମେଟ୍ ବିରେନ୍ଦ୍ର ଲାକ୍ରାଙ୍କୁ ଆଜି ଇନ୍ଫୋସିଟି ଥାନାରେ ପଚରାଉଚୁରା କରାଯାଉଛି ।ପୋଷ୍ଟ ମର୍ଟମ ରିପୋର୍ଟରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା । ଅଧିକ ତଦନ୍ତ ପାଇଁ ଭିସେରା ରିପୋର୍ଟକୁ ଷ୍ଟେଟ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି ।