ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ମୁହାଁମୁହିଁ ବିଜୟ-ବିଶ୍ୱଭୂଷଣ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ମୁହାଁମୁହିଁ ବିଜୟ-ବିଶ୍ୱଭୂଷଣ । ଗତକାଲି ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ଭୁବେନଶ୍ୱରେର ଏକ ପେସମିଟ୍‌ରେ ସେ କହିଛନ୍ତି, ତଥ୍ୟ ସଂଗ୍ରହ ନକରି ପ୍ରଶ୍ନ ପଚାରିବା ଠିକ୍‌ ନୁହେଁ । ବିଜୟ ତାଙ୍କ ଉପରକୁ ଅଙ୍ଗୁଳି ଉଠାଇବା ଦୁର୍ଭାଗ୍ଯଜନକ । ଏହାସହ ସେ ଦାବି କରିଛନ୍ତି, ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବା ସହ ତଥ୍ୟ ସାବର୍ଜନୀନ କରାଯାଉ । ସେ ରାଜ୍ୟ ଆଇନ ମନ୍ତ୍ରୀ ଥିବା ସମୟେର କୌଣସି ନୀତି ବିଭ୍ରାଟ ହୋଇନାହିଁ ବୋଲି ବିଶ୍ୱଭୂଷଣ କହିଛନ୍ତି ।

୨୦୦୦ରୁ ୨୦୦୯ ଯାଏଁ ରାଜ୍ଯରେ ବିଜେଡି-ବିଜେପି ମେଣ୍ଟ ସରକାରେର ଆଇନ ବିଭାଗ ବିଜେପି ହାତରେ ଥିଲା । ସେତେବେଳେ ମନ୍ତ୍ରୀ ଥିଲେ ବିଶ୍ୱଭୂଷଣ ହରିଚନ୍ଦନ । ସେ ସମୟରେ କାହିଁକି ରତ୍ନଭଣ୍ଡାର ଚାବି ଖୋଜି ନଥିଲେ ବୋଲି ଗତକାଲି ପ୍ରଶ୍ନ କରିଥିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ତାଙ୍କର ଏଭଳି ମନ୍ତବ୍ୟ ପରେ ବିଜେପିରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.