ଷ୍ଟୁଲ୍‌ରେ ବିଶ୍ୱକର୍ମା ସିଂହାସନରେ ସାରଥୀ, ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ

ଚାନ୍ଦବାଲି (କେନ୍ୟୁଜ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ୩ଦିନ ହେଲା ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ୱକର୍ମା । କେତେକ ସଂଗଠନ ଓ ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ପୂଜା କରୁଛନ୍ତି । ହେଲେ ଚାନ୍ଦବାଲିର ଜଣେ ଲେଦ୍ ଦେକାନୀ ବିଶ୍ୱକର୍ମାଙ୍କ ସହ ସାରଥୀକୁ ପୂଜା କରୁଥୁବାର ଦେଖିବାକୁ ମିଳିଛି । ବିଶ୍ୱକର୍ମାଙ୍କ ମେଢରେ ଏକ ଛୋଟିଆ ବିଶ୍ୱକର୍ମା ମୂର୍ତ୍ତି ରଖି ପୂଜା କରୁଥୁବା ବେଳେ ପାଖରେ ରହିଛି ସାରଥୀଙ୍କ ଏକ ବଡ ଫଟୋ । ଏକ ବିରାଟ ଫୋଟୋ ସିଂହାସନରେ ପୂଜା ପାଉଛି। ଏହି ସିଂହାସନରେ ଶ୍ରୀଜଗନ୍ନାଥଙ୍କ ଏକ ଛୋଟିଆ ଫଟୋ ମଧ୍ୟ ତଳକୁ ରଖା ଯାଇଛି। ସେପଟେ ବିଶ୍ଵକର୍ମାଙ୍କ ମୂର୍ତ୍ତି ଷ୍ଟୁଲ୍ ଉପରେ ପୂଜା ପାଉଛନ୍ତି। ଯାହାକୁ ନେଇ ଅନେକ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି।

ଜଣେ ଭଣ୍ଡ ଭାବା ଭାବେ ଜେଲ୍‌୍‌ରୁ ଫେରିଥିବା ବ୍ୟକ୍ତିଙ୍କ ପୂଜା କରାଯିବା ସହ ତାଙ୍କର ଭକ୍ତମାନେ ଭଜନ କୀର୍ତ୍ତନ କରୁଛନ୍ତି । ପୂଜକ ବେଶଧାରୀ ଜଣେ ବ୍ୟକ୍ତି କେତେବେଳେ ଦୁର୍ଗାଙ୍କ ମନ୍ତ୍ରରେ ତ କେତେବେଳ ମହାଦେବଙ୍କ ମନ୍ତ୍ର ପଢ଼ି ସାରଥୀଙ୍କ ଅଳତି କରୁଛନ୍ତି। ଏ ପ୍ରକାର ହିନ୍ଦୁ ଦେବାଦେବୀ ଓ ବିଶ୍ୱକର୍ମାଙ୍କୁ ଅସମ୍ମାନ କରାଯାଉଥିବା ଦେଖି ସ୍ଥାନୀୟ କିଛି ଲୋକ ବିରୋଧ କରିଛନ୍ତି।

Leave A Reply

Your email address will not be published.