ଜଗତସିଂହପୁର ଜ଼ିଲ୍ଲା ବିରିଡି କୂଳକଇଜଙ୍ଗାରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଉତ୍ସବ, ଦେଖିବା ପାଇଁ ଆସିଛନ୍ତି ଅନେକ ଭକ୍ତ

ହିନ୍ଦୁ ଧର୍ମରେ ଅଛନ୍ତି ୩୩ କୋଟି ଦେବଦେବୀ। ତା ସାଙ୍ଗକୁ ପ୍ରତ୍ୟେକ ଦେବଦେବୀଙ୍କ ର ରହିଛି ଭିନ୍ନ ଭିନ୍ନ ପରମ୍ପରା। ସେହିପରି ହିନ୍ଦୁ ଧର୍ମରେ ଯଜ୍ଞର ପରମ୍ପରା ବୈଦିକ କାଳରୁ ଚାଲିଆସୁଛି। ହିନ୍ଦୁ ଧର୍ମ ଗ୍ରନ୍ଥରେ ମନୋକାମା ପୂର୍ତ୍ତି ପାଇଁ ତଥା ଅନିଷ୍ଟକୁ ଖଣ୍ଡନ କରିବା ପାଇଁ ଯଜ୍ଞ କରାଯାଇଥାଏ। ରାମାୟଣ ଓ ମହାଭାରତ ରେ ଏମିତି ଅନେକ ରାଜାଙ୍କ ବର୍ଣ୍ଣନା କରାଯାଇଛି ଯେଉଁମାନେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତଥା ନିଜ ପ୍ରଜାଙ୍କ ସୁଖ ଜୀବନ ପାଇଁ ଯଜ୍ଞ କରିଛନ୍ତି।

ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ବିଶେଷ କରି ଯଜ୍ଞ ଅନୁଷ୍ଠିତ କରାଯାଏ। ଯଜ୍ଞର ଅର୍ଥ ତ୍ୟାଗ, ତପସ୍ୟା, ବଳିଦାନ ଏବଂ ଶୁଭ କର୍ମ। ଏହି ହୋମ ରେ ନିଜ ପ୍ରିୟ ଖାଦ୍ୟ ପଦାର୍ଥ, ମୂଲ୍ୟବାନ ସନ୍ତୁଳିତ ପୌଷ୍ଟିକ ଦ୍ରବ୍ୟ କୁ ଅଗ୍ନି ତଥା ବାୟୁ ମାଧ୍ୟମରେ ସଂସାରର କଲ୍ୟାଣ ପାଇଁ ଯଜ୍ଞରେ ଆହୂତି ଦେଇଥାନ୍ତି। ଆଜି ର ସମୟରେ ସନାତନ ଧର୍ମର ପ୍ରତିଷ୍ଠା, ତାର ପ୍ରଚାର ଓ ପ୍ରସାର ନିମନ୍ତେ ଏହି ଯଜ୍ଞଙ୍କୁ ପାଳନ କରାଯାଉଛି। ସର୍ବଭାରତୀୟ ସ୍ତରରେ ସନାତନ ଧର୍ମୀ ମାନେ ଏକତ୍ର ହୋଇ ଏହାକୁ ମାନିଥାନ୍ତି। ପ୍ରତିଟି ଗାଁରେ ଏହି ବିଶ୍ୱଶାନ୍ତି ମହାଯଜ୍ଞଙ୍କୁ ପାଳନ କରାଯାଇଥାଏ। ଏବେ ମଧ୍ୟ ଆମ ରାଜ୍ୟରେ ଏହାକୁ ପାଳନ କରାଯାଇଛି। ସନାତନ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ ପାଳନ ହୁଏ ବିଶ୍ୱଶାନ୍ତି ମହାଯଜ୍ଞ, ଜଗତସିଂହପୁର ର ନୂଆପାରୀ ଗ୍ରାମରେ ଦେଖନ୍ତୁ ଏହାର ଏକ ଝଲକ।

ଜଗତସିଂହପୁର ଜ଼ିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ କୂଳକଇଜଙ୍ଗା ପଞ୍ଚାୟତ ନୂଆପାରୀ ଗ୍ରାମର ଶ୍ରୀ ସ୍ୱାମୀ ଅରୂପାନନ୍ଦଜୀଙ୍କ ଆଶ୍ରମରେ ସାତ ଦିନ ବ୍ୟାପି ବିଶ୍ୱ ଶାନ୍ତି ମହାଯଜ୍ଞ ଚାଲିଥିଲା। ମହାଯଜ୍ଞ ପୂର୍ଣ୍ଣାହୂତି ଓ ଜଗତଗୁରୁ ରାମାନନ୍ଦାଚର୍ଯ୍ୟଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ଉଦଜାପନି ଉତ୍ସବ ମଧ୍ୟ ପାଳିତ ହୋଇଯାଇଛି ।

ଯଜ୍ଞର ପୂର୍ଣ୍ଣାହୂତି ଉତ୍ସବରେ ବିଗ୍ରହମାନଙ୍କର ଚଳନ୍ତି ପ୍ରତିମାଙ୍କ ମନ୍ଦିର ବିଜେ , ବିଗ୍ରହ ପୂଜା , ସୁର୍ଯ୍ୟପୂଜା , ନବଯୌବନ ଦର୍ଶନ ,ପୂର୍ଣ୍ଣାହୂତି ଦାନ ଓ ପୁଷ୍ପାଞ୍ଜଳି ଆଦି ଅନୁଷ୍ଠିତ ହୋଇଛି । ଏହି ଅବସରରେ ପିଠାଧିସ ଜଗତଗୁରୁ ବାବା ଅରୁପାନନ୍ଦ ଦାସ ମହାରାଜ ଯଜ୍ଞରେ ପୂର୍ଣ୍ଣାହୂତି ଦେଇ ବିଶ୍ୱଶାନ୍ତି ମହାଯଜ୍ଞର ପରିସମାପ୍ତି କରିଥିଲେ । ଏହି କାର୍ଯ୍ୟକ୍ରମ ସାତ ଦିନ ଧରି ଅନୁଷ୍ଠିତ ହେବା ସହିତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥ ଯୋଗଦେଇଥିଲେ । ସାତ ଦିନ ଧରି ଏହି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.