ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ବର (କେନ୍ୟୁଜ୍) : ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ତାଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତିଙ୍କ ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଶ୍ୱଭୂଷଣ ହେବେ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ। ବର୍ତ୍ତମାନ ସେଠାରେ ରାଜ୍ୟପାଳ ଅଛନ୍ତି ଇ.ଏସ୍.ଏଲ. ନରସିଂମନ। ସେ ୨୮ଡିସେମ୍ବର ୨୦୦୯ରୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଦାୟିତ୍ୱରେ ଥିଲେ। ୯ ବର୍ଷ ପରେ ଆନ୍ଧ୍ର ପ୍ରଦେଶକୁ ନୂଆ ରାଜ୍ୟପାଳ ମିଳିବ।

ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ୫ ଥର ବିଧାୟକ ଥିଲେ। ୧୯୭୭ରେ ଚିଲିକାରୁ ପ୍ରଥମ ଥର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ସମୟରେ ସେ ଖାଦ୍ୟ ଓ ଯୋଗାଣ, ଆଇନ, ଶ୍ରମ ଓ ସଂସ୍କୃତି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ସେ ୧୧୯୦ରେ ଜନତା ଦଳରୁ ବିଧାୟକ ହୋଇଥିଲେ। ସେ ସମୟରେ ମଧ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସହ ସମବାୟ ବିଭାଗର ଦାୟିତ୍ୱ ତୁଲାଇ ଥିଲେ। ୧୯୯୪ରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।

୧୯୯୬ରେ ସେ ପୁଣି ଥରେ ଭୁବନେଶ୍ୱରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ଓ ୨୦୦୪ରେ ବିଶ୍ୱଭୂଷଣ ପୁଣି ଥରେ ଭୁବନେଶ୍ୱରରୁ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ଯାଏ ଆଇନ, ମତ୍ସ୍ୟ ଓ ପଶୁ ସମ୍ପଦ ଓ ରାଜସ୍ୱ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ୨୦୦୪ରୁ ୨୦୦୯ ଯାଏ ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ଓ ଆଇନ ମନ୍ତ୍ରୀ ଥିଲେ। ୨୦୦୯ ପରଠାରୁ ସେ ବିଧାନସଭାକୁ ଆସି ନାହାନ୍ତି। ସେ ପ୍ରତ୍ୟକ୍ଷ ନିର୍ବାଚନଠାରୁ ଦୂରେଇ ରହିଥିଲେ। ବର୍ତ୍ତମାନ ତାଙ୍କୁ ଆନ୍ଧ୍ର ପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.