ସାମ୍ବାଦିକାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଉସୁକାଉଥିବ ଭାଇରାଲ ଭିଡ଼ିଓକୁ ଧରି ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର(କେନ୍ୟୁଜ୍):ଭାଇରାଲ ଭିଡିଓକୁ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି। ସୋସିଆଲ ମିଡିଆରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତାର ଏକ ଭିଡିଓ ଭାଇରାଲ ହୋଇଛି। ନଭେମ୍ବର ୨୯ତାରିଖରେ ନିର୍ବାଚନୀ ଶୋଭାଯାତ୍ରା ବେଳେ କେନ୍ଦ୍ରମନ୍ତ୍ରୀ ଜଣେ ସାମ୍ବାଦିକଙ୍କ ସହ କଥା ହେଉଥିଲେ। ରାଜା ସ୍ୱାଇଁ ତମକୁ ମାରିଲେ, ତମେ ତାଙ୍କ ପଛରେ ଲାଗ ବୋଲି ସାମ୍ବାଦିକାଙ୍କୁ ଧର୍ମେନ୍ଦ୍ର କହୁଥିବା ଦେଖିଯାଇଛି।

କେନ୍ଦ୍ରମନ୍ତ୍ରୀ ରାଜ୍ୟର ଜଣେ ମନ୍ତ୍ରୀଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେଥିପାଇଁ ଧର୍ମେନ୍ଦ୍ରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରାଯାଉ ବୋଲି କହିଛି ବିଜେଡି।