ନିର୍ବାଚନ କମିସନଙ୍କୁ ଭେଟି ଫେରାଦ ହେଲା ବିଜେଡିର ପ୍ରତିନିଧି ଦଳ, ୨୦୨୪ ନିର୍ବାଚନରେ ବ୍ୟାପକ ଜାଲିଆତି ଅଭିଯୋଗ ଆଣିଲେ

୨୦୨୪ ସାଧାରଣ ନିର୍ବାଚନରେ ହୋଇଛି ବ୍ୟାପକ ଜାଲିଆତି। ବୁଥରେ ପଡ଼ିଥିବା ଭୋଟ ଓ ଇଭିଏମରେ ଗଣତି ଭୋଟ ମଧ୍ୟରେ ରହିଛି ବ୍ୟାପକ ଅନ୍ତର। ଏଭଳି ଅଭିଯୋଗ ଆଣି ବିଜେଡିର ପ୍ରତିନିଧି ମଣ୍ଡଳ ନୂଆଦିଲ୍ଲୀରେ ନିର୍ବାଚନ କମିସନଙ୍କୁ ଭେଟି ଫେରାଦ ହୋଇଛି। ଭୋଟଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି।

ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ତାଳମେଳ ନଥିବା ଅଭିଯୋଗ ଆଣିଛି ବିଜେଡି। କିଛି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ତଥ୍ୟରେ ତାଳମେଳ ନଥିବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ପ୍ରମାଣ ଦାଖଲ କରିଛି। ଭୋଟ ଗ୍ରହଣ ସମୟ ପରେ ବି ଇଭିଏମରେ ଭୋଟ ପଡିଥିବା ଅଭିଯୋଗ ଆଣିଛି।

ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳ ଯାଇ ନିର୍ବାଚନ କମିସନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ତଥ୍ୟରେ ତାଳମେଳ ନରହିବା ଅଭିଯୋଗ ପରେ ପୂରା ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ନିର୍ବାଚନ କମିସନ ଏହା ଉପରୁ ସନ୍ଦେହ ଦୂର କରି ଲୋକଙ୍କ ଆସ୍ଥା ଭାଜନ ହେବେ ବୋଲି ଆଶା ବ୍ୟକ୍ତ କରିଛି ବିଜେଡି।