ଟିକାକରଣବେଳେ ଫୋଟୋ ଲଗାଇବା ପ୍ରସଙ୍ଗରେ ତେଜୁଛି ରାଜନୀତି, ବିଜେଡି ଓ ବିଜେପି ମୁହାଁମୁହିଁ

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣବେଳେ ଫୋଟୋ ଲଗାଇବା ପ୍ରସଙ୍ଗ ନେଇ ତେଜୁଛି ରାଜନୀତି । ଟିକାକରଣ ବେଳେ ଫୋଟୋ ଲଗାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ । ବିଜେଡି ସାଂସଦ ସସ୍ମିତ ପାତ୍ର ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଟୁଇଟ ୱାର । ଅପରାଜିତା କରିଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଟିକା କେନ୍ଦ୍ରରେ ଫଟୋକୁ ନେଇ BJPର ରାଜନୀତିକୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସମାଲୋଚନା କରିଛନ୍ତି । କୋଭିଡ୍‌ ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଛି । ଏହାକୁ ନେଇ ଅନେକ ଦଳ ବିବାଦ ସୃଷ୍ଟି କରିଛନ୍ତି । କିନ୍ତୁ ବିଜେଡି ଏହାକୁ ନେଇ କେବେବି ରାଜିନୀତି କରିନାହିଁ ବୋଲି ସସ୍ମିତ ସ୍ୱଷ୍ଟ କରିଛନ୍ତି । ଟିକାକରଣ ଏକ ଜାତୀୟ କାର୍ଯ୍ୟକ୍ରମ । ପୋଲିଓ,ମିଳିମିଳା, ହେପାଟିଟିସ ଟିକାକରଣକୁ କେନ୍ଦ୍ର ସରକାର ପରିଚାଳନା କରିଥାନ୍ତି । ତେଣୁ ଏହାକୁ ନେଇ ରାଜନୀତି ନକରିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

Leave A Reply

Your email address will not be published.