ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେଡି: ବାଲେଶ୍ୱର ସଦର ପାଇଁ ସ୍ୱରୂପ କୁମାର ଦାସ୍, ତିର୍ତ୍ତୋଲ ଆସନ ବିଜୟ ଶଙ୍କର ଦାସ

ବାଲେଶ୍ୱର: ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବାଲେଶ୍ୱର ସଦର ପାଇଁ ପ୍ରାର୍ଥୀ ହେବେ ସ୍ୱରୂପ କୁମାର ଦାସ । ସେହିପରି ବିଜୟ ଶଙ୍କର ଦାସ ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ।

ସୂଚନା ଥାଉକି, ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜକିଶୋରଙ୍କ ସହ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଉପସ୍ଥିତ ଥିଲେ। କୋଭିଡ୍‌ କଟକଣା ଯୋଗୁଁ ନିରାଡମ୍ବର ଭାବେ ଆସି ନାମାଙ୍କନ ଭରିଥିଲେ। ତିର୍ତ୍ତୋଲ ନିର୍ବାଚନୀ ମଣ୍ଡଳୀରେ ରହିଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିବେ ବୋଲି ରାଜକିଶୋର କହିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜକିଶୋର ବେହେରା ଓ ବାଲେଶ୍ୱର ସଦର ଆସନରୁ ମାନସ ଦତ୍ତ ଲଢ଼ିବେ ବୋଲି ବିଜେପି ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.