ବିଜେଡିରେ ଘୋଷଣା ହେଲା ୬ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ

ଭୁବନେଶ୍ୱର : ବିଜେଡିର ଆଉ ୬ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେଲା । କେନ୍ଦୁଝର ସାଙ୍ଗଠନିକ ଜିଲ୍ଲା ସଭାପତି ହେଲେ ଆଶିଷ ଚକ୍ରବର୍ତ୍ତୀ । ଭୁବନେଶ୍ବର ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା । ପ୍ରଦ୍ୟୁମ୍ନ ତ୍ରିପାଠୀ ହେଲେ ବିଜେଡିର ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାପତି । ମୟୂରଭଞ୍ଜ-୨ ସଭାପତି ହେଲେ ଦେବାଶିଷ ମାର୍ଣ୍ଡି । ରୋହିତ ପୂଜାରୀ ହେଲେ ସମ୍ବଲପୁର ଜିଲ୍ଲା ସଭାପତି । ବଲାଙ୍ଗିର ଜିଲ୍ଲା ସଭାପତି ହେଲେ ସରୋଜ କୁମାର ମେହେର ହୋଇଛନ୍ତି । ପୂର୍ବରୁ ୧୮ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା ବିଜେଡି ।
ସେହିପରି ସାଂଗଠନିକ କର୍ମକର୍ତ୍ତା ନିଯୁକ୍ତ କରିଛି ବିଜୁ ଜନତା ଦଳ। ଦଳର ଉପସଭାପତି ଭାବେ ୧୫ ଜଣଙ୍କୁ ନିଯୁକ୍ତ କରାଯାଇଛି । ଉପଭାପତି ଅଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ ପ୍ରମୁଖଙ୍କୁ ବିଜେଡି ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ପ୍ରତାପ ଜେନା ଭାଇସ ପ୍ରେସିଡେଣ୍ଟ ହେଡକ୍ବାର୍ଟର ଭାବେ ନିଯୁକ୍ତ ହୋଇଛନ୍ତି । ସୁବାସ ସିଂଙ୍କୁ ଟ୍ରେଜରର ନିଯୁକ୍ତ କରାଯାଇଛି । ୭୧ ଜଜଣଙ୍କ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଛି ।