ବିଭିନ୍ନ ଛାମୁଆ ସଂଗଠନ ପାଇଁ ଆବାହକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର : ବିଭିନ୍ନ ଛାମୁଆ ସଂଗଠନ ପାଇଁ ଆବାହକ ନିଯୁକ୍ତ କଲା ବିଜେଡି ।  ବିଜୁ କୃଷକ ଜନତା ଦଳର ଆବାହକ ଭାବେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିଯୁକ୍ତ କରାଯାଇଛି ।  ବିଜେଡି ଆଞ୍ଚଳିକ ବିକାଶ ସେଲ୍ ର ଆବାହକ ଭାବେ ଅନଙ୍ଗ ଉଦୟ ସିଂଦେଓ ନିଯୁକ୍ତ ହୋଇଛନ୍ତି ।

ସେହିପରି ବିଜେଡି କୋ-ଅପରେଟିଭ୍ ସେଲ ଆବାହକ ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଯୁକ୍ତ ହୋଇଛନ୍ତି ।  ଶିକ୍ଷା ଓ ଶିକ୍ଷକ ସେଲ୍ ର ଆବାହକ ନିଯୁକ୍ତ ହୋଇଛନ୍ତି ବଦ୍ରିନାରାୟଣ ପାତ୍ର ।  ସେହିପରି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବିଜେଡି ମତ୍ସ୍ୟଜୀବୀ ସେଲ୍ ର ଅବାହକ ଭାବେ ନିଯୁକ୍ତ କରାଯାଇଛି ।

ବିଜେଡି ଟ୍ରାଇବାଲ ସେଲ୍ ର ଆବାହକ ହୋଇଛନ୍ତି ମଙ୍ଗଳା କିଷାନ।  ବରିଷ୍ଠ ନାଗରିକ ସେଲ୍ ର ଆବାହକ ଭାବେ ଦେବାଶିଷ ସାମନ୍ତରାୟଙ୍କୁ ନିଯୁକ୍ତ କରାଯାଇଛି ।  ସେହିପରି ଓବିସି ସେଲ୍ ର ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ଅରୁଣ କୁମାର ସାହୁ ।  ଦଳର SC ସେଲ୍ ଆବାହକ ଭାବେ ମହେଶ ସାହୁ ନିଯୁକ୍ତତ ହୋଇଛନ୍ତି ।  ଆଇଟି ଓ ସୋସିଆଲ ମିଡିଆ ସେଲ୍ ଆବାହକ ଭାବେ ନିଯୁକ୍ତି ପାଇଛନ୍ତି ଅମର ପଟ୍ଟନାୟକ ।

Also read: ଡିଜିଙ୍କୁ ଭେଟିଲ ବରିଷ୍ଠ ବିଜେଡି ନେତା, ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଦାନ କଲେ ଦାବିପତ୍ର