ମହିଳା ଭୋଟରଙ୍କୁ ନେଇ ବିଜେଡିର ବଡ଼ ପ୍ଲାନ, ସମର୍ଥନ କିପରି ସୁଦୃଢ ହେବ ସେଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ

କେନ୍ୟୁଜ୍(ବ୍ୟୁରୋ):  ନିର୍ବାଚନ ପରେ ନିର୍ବାଚନ ଜିତି ଆସୁଛି ବିଜେଡି। ଏହା ପଛରେ ରହିଛି ମହିଳାଙ୍କ ଅକୁଣ୍ଠ ସମର୍ଥନ। ପ୍ରତି ନିର୍ବାଚନରେ ଏହି ସମର୍ଥନ ବଢି ବଢି ଚାଲିଛି। ପ୍ରାୟ ୫୦ ପ୍ରତିଶତ ମହିଳାଙ୍କ ସମର୍ଥନ ବିରୋଧୀଙ୍କ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି। ଖାସ୍‌ ସେଇଥିପାଇଁ ୨୦୨୪ରେ ପୁଣିଥରେ ମହିଳାଙ୍କ ସମର୍ଥନକୁ ସୁଦୃଢ କରିବା ଲକ୍ଷ୍ୟରେ ବିଜୁ ମହିଳା ଜନତା ଦଳ ଗଠନ କରିଛି ନୂଆ ଟିମ୍‌। ଏହାସହ ସୃଷ୍ଟି ହୋଇଛି ନୂଆ ପଦବୀ।

ମହିଳା ସାଂସଦ ଓ ବିଧାୟକଙ୍କୁ ଜିଲ୍ଲାର ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଛି। ମହିଳାଙ୍କୁ ପ୍ରାଥମିକତା ଦେଇ ଆସୁଛି ବିଜେଡି । ଗତ ସାଧାରଣ ନିର୍ବାଚନରେ ଲୋକସଭା ଆସନ ପାଇଁ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଆଗାମୀ ୨୦୨୪ ବିଧାନସଭାରେ ମଧ୍ୟ ଅଧିକରୁ ଅଧିକ ମହିଳାଙ୍କୁ ବିଜେଡି ସୁପ୍ରିମୋ ସୁଯୋଗ ଦେଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଗଠନ ହୋଇଛି ବିଜେଡି ନୂଆ ମହିଳା ଟିମ୍‌।

ବିଜେଡିର ସରକାର ସବୁବେଳେ ମହିଳାଙ୍କ ବିକାଶକୁ ପ୍ରାଥମିକତା ଦେଇଆସିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ୫ ହଜାର କୋଟି ଟଙ୍କାର କାମ ଏସଏଚଜିଙ୍କୁ ଯୋଗାଇ ଦିଆଯାଉଛି। ଆସନ୍ତା ୫ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ହୋଇଛନ୍ତି। ଏହା ପୂର୍ବରୁ ଯୁବ, ଛାତ୍ର ଓ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ଟିମ୍‌ ଗଠନ ହୋଇଛି। ଏଥିରେ ମହିଳାଙ୍କୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା। ବିଜୁ ମହିଳା ଜନତା ଦଳର ନୂଆ ଟିମ୍‌ରେ ୨୩ଜଣ ଉପଦେଷ୍ଟା, ୩ଜଣ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୭ ଜଣ ଜୋନାଲ ସଭାପତି, ୬ଜଣ ଜୋନାଲ କାର୍ଯ୍ୟକାରୀ ସଭାପତି ଅଛନ୍ତି। କସ୍ତୁରୀ ମହାପାତ୍ର ମହାସଚିବ ପଦ ବଜାୟ ରଖିଛନ୍ତି। ସୁବାସିନୀ ଜେନା, ସୁଲତା ଦେଓ ଏବଂ ନିବେଦିତା ମହାନ୍ତି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ।

 

ମହିଳା ଭୋଟରଙ୍କୁ ନେଇ ବିଜେଡିର ବଡ଼ ପ୍ଲାନ। ଆଗାମୀ ନିର୍ବାଚନରେ ପୁଣିଥରେ ମହିଳାଙ୍କ ସମର୍ଥନକୁ କିପରି ଆହୁରି ସୁଦୃଢ କରାଯିବ, ସେଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଗଠନ ହୋଇଛି ମହିଳା ବିଜୁ ଜନତା ଦଳର ନୂଆ ଟିମ୍‌। ବିଜେଡି ମହିଳା ସାଂସଦ, ବିଧାୟକଙ୍କୁ ଦାୟିତ୍ୱ ଦେଇଛି । ରାଜ୍ୟ ସରକାରଙ୍କ ଯୋଜନା କିଭଳି ପ୍ରତିଟି ମହିଳାଙ୍କ ପାଖରେ ପହଞ୍ଚିବ ତାହାକୁ ନେଇ ଯୋଜନା କରିଛି ଦଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.