ମା’ ଓ ଭଉଣୀଙ୍କ ସହ ଆସି ଭୋଟ୍‌ ଦେଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ

ପିପିଲି(କେନ୍ଯୁଜ୍):ଭୋଟ୍‌ ଦେଲେ ରୁଦ୍ର ମହାରଥୀ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ନିଜ ପରିବାର ଲୋକଙ୍କ ସହ ଆସି ଭୋଟ୍‌ ଦେଇଛନ୍ତି। ତାଙ୍କ ସାଙ୍ଗରେ ଥିଲେ ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ ମହାରଥୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ଦାସ।

ନିଜ ଗାଁ ପଣିତୋଳ ଉପ୍ରା ବିଦ୍ୟାଳୟରେ ମତଦାନ କରିଛନ୍ତି। ନିଜେ ଭୋଟ ଦେବା ସହ ଅନ୍ୟାମନଙ୍କୁ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି ରୁଦ୍ର ମହାରଥୀ।

Leave A Reply

Your email address will not be published.