ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କଲା ୧୮ କାଉନସିଲର ଓ ପୋୖରାଧକ୍ଷ ପ୍ରାର୍ଥୀଙ୍କ ନାମ

ଯାଜପୁର ଟାଉନ (କେନ୍ୟୁଜ୍): ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କଲା ୧୮ କାଉନସିଲର ଓ ପୋୖରାଧକ୍ଷ ପ୍ରାର୍ଥୀଙ୍କ ନାଁ। ୧୮ ଜଣ  କାଉନସିଲର ପ୍ରାର୍ଥୀ ମଧ୍ୟରୁ ୧୬ ଜଣ ନୁଆ ମୁହଁ ଦେଖିବାକୁ ମିଳିଛି ।

jajpur 2

କାଳୀମେଘା ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ରଞ୍ଜୁଲତା ହୋତା ଙ୍କୁ ମିଳିଲା ପୋୖରାଧକ୍ଷ ଟିକେଟ। ବରିଷ୍ଠ ନେତା କର୍ଣ୍ଣାଟ କେଶରୀ ଦାସ ପ୍ରାର୍ଥୀ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଆଗାମୀ ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

jajpur 123

 

ଆଗାମୀ ଦିନରେ ରଞ୍ଜୁଲତା ସହର ବିକାଶ ପାଇଁ ଅନେକ କାର୍ଯ୍ୟ କରିବା ନେଇ ସ୍ୱପ୍ନ ଦେଖିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଆସି ଥିବା ରଞ୍ଜୁଲତା ମହିଳାଙ୍କ ପାଇଁ ବିଶେଷ କାର୍ଯ୍ୟ କରିବେ ବୋଲି ଚର୍ଚ୍ଚା ହେଉଛି।