ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଲାନି ବିଜେଡି : କେନ୍ଦ୍ର ଅବହେଳା କହି କଲା କକ୍ଷତ୍ୟାଗ

ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗନେଲାନି ବିଜେଡି । ଆଲୋଚନା ପୂର୍ବରୁ କଲା କକ୍ଷତ୍ୟାଗ । ଲୋକସଭାରେ ଏହି ଘୋଷଣା କରିଥିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ଗତ ୧୪ ବର୍ଷରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି । ୟୁପିଏ ସରକାରର ୧୦ବର୍ଷ ଓ ଏନ୍‌ଡିଏ ସରକାରଙ୍କ ୪ବର୍ଷ ଅବହେଳା ହୋଇଥିବା ସେ କହିଛନ୍ତି । ଲୋକସଭାରେ ବିଜେଡିର ୧୯ ଜଣ ସାଂସଦ ଅଛନ୍ତି । ବିଜେଡିର କକ୍ଷତ୍ୟାଗ ଏନ୍‌ଡିଏ ସରକାର ପାଇଁ ଫାଇଦା ହୋଇଥିବା ବେଳେ ବିରୋଧୀଙ୍କ ପାଇଁ ଝଟ୍‌କା ହୋଇଛି । ସେହିପରି ଶିବସେନା ଆଲୋଚନାରେ ଭାଗ ନେଇ ନାହିଁ ।