ୱାକଫ ବିଲକୁ ନେଇ ବିଜେଡି କୌଣସି ହ୍ୱିପ୍ ଜାରି କରିନାହିଁ, ସଦସ୍ୟମାନେ ନିଜ ବିବେକ ଅନୁଯାୟୀ ଭୋଟ ଦେବେ

ଭୁବନେଶ୍ୱର : ଲୋକସଭାରେ ପାସ ହେବା ପରେ ରାଜ୍ୟସଭାରେ ୱାକଫ ଝଡ଼ । ଶାସକ ଓ ବିରୋଧୀ ମଧ୍ୟରେ ବିତର୍କ ଚାଲିଛି । ଏସୁବ ଭିତରେ ୱାକଫ ବିଲକୁ ନେଇ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଜ୍ୟସଭାରେ ବିଜେଡିର ନେତା ସସ୍ମିତ ପାତ୍ର । ବିଲ ସପକ୍ଷରେ ବା ବିପକ୍ଷରେ ଭୋଟ ଦେବାକୁ ଦଳ କୌଣସି ହ୍ୱିପ୍ ଜାରି କରିନାହିଁ । ବିଜୁ ଜନତା ଦଳ ସବୁବେଳେ ଧର୍ମନିରପେକ୍ଷତା ଓ ସବୁ ଧର୍ମର ସମାନ ଅଧିକାରକୁ ପ୍ରାଧାନ୍ୟ ଦେଇଆସିଛି । ସଂଶୋଧିତ ୱାକଫ ବିଲ୍-୨୦୨୪କୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡିକର ମତାମତକୁ ଆମେ ସମ୍ମାନ ଦେଉଛୁ । ଦଳ ଏସବୁ ମତାମତକୁ ପ୍ରାଧାନ୍ୟ ଦେଇ ସମ୍ମାନନୀୟ ସଦସ୍ୟମାନଙ୍କୁ ନିଜ ବିବେକ ଅନୁଯାୟୀ ତଥା ସମସ୍ତ ସମ୍ପ୍ରଦାୟ ପ୍ରତି ନ୍ୟାୟ, ସଦଭାବନାକୁ ଦୃଷ୍ଟିରେ ରଖି ଭୋଟ ଦେବାକୁ ଦଳ କହିଛି ।