ବିଶୃଙ୍ଖଳିତ ଆଚରଣ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଜେଡି

ଭୁବନେଶ୍ବର : ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଜେଡି ।  ବିଶୃଙ୍ଖଳିତ ଆଚରଣ ପାଇଁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।  ଭୁବନେଶ୍ବର ମହାନଗର ନିଗମର ୨ କର୍ପୋରେଟରଙ୍କୁ ନୋଟିସ ହୋଇଛି ।  ୱାର୍ଡ ନଂ-୫୯ର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓ ୱାର୍ଡ ନଂ-୪୫ର କର୍ପୋରେଟର ଅମରେଶ ଜେନାଙ୍କୁ ନୋଟିସ ହାଇଛି ।  BYJD ସଭାପତି ରାଜେଶ ପାତ୍ର ଓ ବିଜେଡି ରାଜ୍ୟ ସମ୍ପାଦକ ବିବେକ ସ୍ବାଇଁଙ୍କୁ ମଧ୍ୟ ସୋ’କଜ ନୋଟିସ ମଗାଯାଇଛି  ।

୧୫ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ କୁହାଯାଇଛି ।  ତେବେ ସମସ୍ତ ନୋଟିସ୍ ମାନିବୁ ଉତ୍ତର ଦେବୁ ବୋଲି କହିଛନ୍ତି ବିରଞ୍ଚି ନାରାୟଣ ମହାସୁପକାର ।  ଅନ୍ୟପଟେ ଭୁବନେଶ୍ୱରର ୩୦ରୁ ଅଧିକ କର୍ପୋରେଟର ପୁରୀ ଯାଇ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।

ଅନ୍ତକନ୍ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି କର୍ପୋରେଟର ।  କର୍ପୋରେଟର ମାନଙ୍କ ଭିତରେ କୌଣସି କନ୍ଦଳ ନଥିବା କହିବା ସହ ସମସ୍ତଙ୍କ ଭିତରେ ଏକତ୍ଵ ବଜାୟ ରହୁ ବୋଲି ପ୍ରାର୍ଥନା କରିଛୁ ବୋଲି କହିଛନ୍ତି ବିଜେଡି କର୍ପୋରେଟର୍ ।  ଏଥିସହ ନବୀନ ବାବୁଙ୍କ ଦୀର୍ଘାୟୁ ଓ ସୁସ୍ଥତା କାମନା କରିଛନ୍ତି ।   ନାବୀନ ବାବୁଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବା ଲାଗି ପ୍ରୟାସ ଜାରି ରହିଛି ବୋଲି ମତ ଦେଇଛନ୍ତି କର୍ପୋରେଟର ।

You might also like