ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନସଂପର୍କ ପଦଯାତ୍ରା। ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଏହା ପାଳନ କରାଯିବ। ଏହି ପଦଯାତ୍ରାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି ଓ ପ୍ରମୁଖ ଦଳୀୟ ସଂଗଠକମାନଙ୍କୁ ଚିଠି ଲେଖିଛନ୍ତି। ପଦଯାତ୍ରା ସମୟରେ ବିଜେଡି ଏହାର ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ବ୍ୟାପକ କରିବ। ବିଶେଷକରି ଯୁବକ, ଛାତ୍ର ଏବଂ ମହିଳାମାନଙ୍କୁ ଦଳରେ ଯୋଗ ଦେବା ପାଇଁ ଉତ୍ସାହିତ କରାଯିବ। ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ କ୍ରିୟାଶୀଳ କରାଇବା ପାଇଁ 5-Tଓ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବାକୁ କର୍ମୀମାନେ ଉଦ୍ୟମ କରିବେ। ଏଥିପାଇଁ ଚଳିତବର୍ଷ ଜନସଂପର୍କ ପଦଯାତ୍ରା ଜିଲ୍ଲାସ୍ତରରୁ ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.