ଆଜିଠାରୁ ବିଜେଡିର ଜନସମ୍ପର୍କ ଯାତ୍ରା, ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ

ଭୁବନେଶ୍ୱର(କେନ୍ୟୁଜ୍):ଆଜିଠାରୁ ବିଜେଡିର ଜନସମ୍ପର୍କ ଯାତ୍ରା । ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ । ଆଜି ଗାନ୍ଧି ଜୟନ୍ତୀଠାରୁ ବିଜେଡି ପଦଯାତ୍ରାର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାସେ ଧରି ଚାଲିବ ପଦଯାତ୍ରା । କରୋନା ଯୋଗୁ ଦୁଇ ବର୍ଷ ପରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରୁଛି ବିଜେଡି ।

ତାପୂର୍ବରୁ ଦୁଇ ଦିନ ଧରି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିଲା ପ୍ରଶିକ୍ଷଣ କର୍ମଶାଳା । ପଦଯାତ୍ରାକୁ ସଫଳ କରିବା ପାଇଁ ଦଳର ସାଂସଦ, ମନ୍ତ୍ରୀ, ବିଧାୟକ, ନିର୍ବାଚିତ ଜନପ୍ରତିନିଧି, ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଥିଲେ, ବିଜେଡି ପାଇଁ ଲୋକଙ୍କ ସେବା ମୁଖ୍ୟ । ରାଜନୀତି କେବଳ ଏକ ମାଧ୍ୟମ । ଏକଥାକୁ ସମସ୍ତେ ମନେ ରଖିବା ଦରକାର । ରାଜ୍ୟର ହିତ ପାଇଁ ଦଳ କେବେବି ସାଲିସ୍‌ କରିବ ନାହିଁ ବୋଲି ଦଳୀୟ ନେତାଙ୍କୁ ରୋକଠୋକ୍‌ ବାର୍ତ୍ତା ଦେଇଥିଲେ ସୁପ୍ରିମୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.