ଉପଦେଷ୍ଟା ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ

କେନ୍ୟୁଜ୍: ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ରାଜ୍ୟ ସରକାର ୫-ଟିକୁ ପ୍ରଚଳନ କରିଥିବା ବେଳେ ଆଇଟି ଓ ଇଟି ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟ ମିଳିଛି । ସାଧାରଣ ଲୋକଟି କିଭଳି ଏହାର ଲାଭ ପାଇ ପାରିବ ତାହା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ଅନୁଭବ । ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ସହ କିଭଳି ଇନଭେଷ୍ଟମେଣ୍ଟ ପାଇଁ ବାହାର ନିବେଶ ଆସିବ ତାହା ଉପରେ ମଧ୍ୟ ଗରୁତ୍ୱ ଦେବେ ବୋଲି କହିଛନ୍ତି ଉପଦେଷ୍ଟା ଅନୁଭବ ପଟ୍ଟନାୟକ ।