କୃଷ୍ଣପ୍ରସାଦ ଓ ବ୍ରହ୍ମଗିରିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ  ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରିରେ ନିର୍ବାଚନ ପ୍ରଚାର କରିଛନ୍ତି । ଗତ ୫ ବର୍ଷ ଧରି ବିଜେପି ବିଧାୟକଙ୍କ ଦେଖା ନଥିଲା ।

ପୁରୀ : ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ  ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରିରେ ନିର୍ବାଚନ ପ୍ରଚାର କରିଛନ୍ତି । ଗତ ୫ ବର୍ଷ ଧରି ବିଜେପି ବିଧାୟକଙ୍କ ଦେଖା ନଥିଲା । ଏବେ ସେ ନିର୍ବାଚନ ପ୍ରଚାରକୁ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବ୍ରହ୍ମଗିରି ବିଧାନସଭା ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ । ସେ କହିଛନ୍ତି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନା ସମଗ୍ର ଭାରତରେ ଏକ ନମ୍ବର ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେ ସତ୍ୟବାଦୀରୁ ଆସି ବ୍ରହ୍ମଗିରିରେ ଲଢ଼ୁଛନ୍ତି ।

ଏହି ନିର୍ବାଚନ ମଣ୍ଡଳୀର ପ୍ରତ୍ୟକଟି ସମସ୍ୟା ଦୂର ପାଇଁ ସେ ବିଧାୟକ ନିର୍ବାଚିତ ହେବା ପରେ ଅହରହ ଉଦ୍ୟମ କରିବେ । ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ କହିଛନ୍ତି ସେ ସାଂସଦ ହୋଇ ନିର୍ବାଚିତ ହେବା ପରେ ମାସକୁ ଥରେ ଅନ୍ତତଃ ଗୋଟିଏ ପଂଚାୟତ ଆସିବେ । ବିଜୁ ଜନତା ଦଳ ହେଉଛି ଲକ୍ଷ୍ମୀବନ୍ତ ଦଳ, ସମସ୍ତଙ୍କ ଘରକୁ ଖୁସି ଆଣିଛି, ଏବେ ସମସ୍ତଙ୍କ ଘର ଆଲୋକିତ ହେବ । ବ୍ରହ୍ମଗିରି କେରାଣ୍ଡିଆ ପଡ଼ିଆରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରି ବିଜେପିର ମୁଖା ଖୋଲିଥିଲେ । ବିଜେପି ନେତା ମିଛ କହୁଛନ୍ତି ଓ ଅପପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି, କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି ।

ପୁରୀ ମନ୍ଦିର କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି । କହୁଛନ୍ତି ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କା । ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ । ତା’ହେଲେ ଆସାମକୁ କ’ଣ କରିବେ ?

pandian

ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ । କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ । ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ ?  ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ । ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି । ମିଛର ସବୁ ସୀମା ଟପି ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି । ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି ।

ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଶପଥ ନେବା ପରେ ଆପଣମାନଙ୍କ ବିଜୁଳି ବିଲ ଛାଡ଼୍‍ କରିବେ । ତା’ପରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରିବେ । ତା’ପରେ ମିଶନ ଶକ୍ତି ସଭ୍ୟ ଓ  କର୍ମୀମାନଙ୍କୁ ପେନ୍‍ସନ ଦେବେ । ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ । ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି ।  କେବଳ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ । ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ । ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ । ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ ବୋଲି  ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

 

Leave A Reply

Your email address will not be published.