ପଟିଆ ସ୍ଥିତ ଏକ ହୋଟେଲରେ ବିଜେଡି ନେତାଙ୍କ ମେଳି, ଆଲୋଚନାର ଆଭିମୁଖ୍ୟ ଅସ୍ପଷ୍ଟ

ଭୁବନେଶ୍ୱର : ବିଜେଡି ନେତାଙ୍କ ବୈଠକ । ପଟିଆ ସ୍ଥିତ ଏକ ହୋଟେଲରେ ବିଜେଡି ନେତାଙ୍କ ବୈଠକ । ଏକାଠି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା । ବରିଷ୍ଠ ନେତାଙ୍କ ସହ ଯୁବ ବିଜେଡି ନେତା ମଧ୍ୟ ସାମିଲ ହୋଇଛନ୍ତି । ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ନୃସିଂହ ସାହୁ, ପ୍ରଫୁଲ ସାମଲ, ଭୂପିନ୍ଦର ସିଂହ, ପ୍ରଭାତ ତ୍ରିପାଠୀ ଉପସ୍ଥିତ ଥିବା ନେଇ ସୂଚନା ମିଳିଛି । କଣ ପାଇଁ ଏହି ବୈଠକ ଆରମ୍ଭ ହୋଇଥିଲା ତାହାକୁ ନେଇ ଆଲୋଚନା ଆରମ୍ଭ ହେଲାଣି । ହୋଟେଲ ବାହାରେ ବଡ଼ବଡ଼ ନେତାଙ୍କ ଗାଡ଼ି ଦେଖିବାକୁ ମିଳିଛି ।

ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି । କାରଣ ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହିଁ ଦଳ ।

ଅନ୍ୟପଟେ ବରିଷ୍ଠ ନେତାଙ୍କ ବୈଠକ ସରିବା ପରେ ବାହ୍ୟ ଶକ୍ତି ନବୀନଙ୍କୁ ଦୁର୍ବଳ କରିବାକୁ ଉଦ୍ୟମ କଲେ ତାକୁ ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି ଶଶିଭୂଷଣ ବେହେରା ।

 

ଆହୁରି ପଢ଼ନ୍ତୁ : ଆକ୍ସନ ମୋଡରେ ନବୀନ, ସସ୍ମିତଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ