ସ୍ୱତନ୍ତ୍ର ଟ୍ରେନରେ ବିଜେଡି ନେତା ଓ କର୍ମୀଙ୍କ ଦିଲ୍ଲୀ ଯାତ୍ରା ,ଏମଏସପି ବୃଦ୍ଧି ଦାବିରେ ୮ରେ ବିକ୍ଷୋଭ

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତା ୮ ତାରିଖରେ ବିକ୍ଷୋଭ ପାଇଁ ବିଜେଡି କର୍ମୀମାନେ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯାଉଛନ୍ତି । ଏଥିରେ ଦଳର ସବୁ ବିଧାୟକ, ଜିଲ୍ଲା ସଭାପତି, ବିଜୁ ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି । ସେମାନେ ଟ୍ରେନ ଯୋଗେ ୭ ତାରିଖରେ ଦିଲ୍ଲୀରେ ପହଞ୍ଚିବେ । ଧାନର ଏମଏସପି ବୃଦ୍ଧି ଦାବିରେ ଆସନ୍ତା ୮ ତାରିଖରେ ଦିଲ୍ଲୀ ତାଲକତୋରା ଷ୍ଟାଡିୟମରେ ଧାରଣା ଦେବ ବିଜୁ କୃଷକ ଜନତା ଦଳ । ଏଥିରେ ଓଡିଶାର ବହୁ ଚାଷୀ ସାମିଲ ହେବେ । ସେହିପରି ଦିଲ୍ଲୀରେ ବସବାସ କରୁଥିବା ପ୍ରବାସୀ ଓଡିଆମାନେ ମଧ୍ୟ ସହଯୋଗ କରିବେ । ପ୍ରତିବାଦ ସଭା ପରେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯିବ । ଚାଷୀଙ୍କ ହକ୍‌ ପାଇଁ ଲଢ଼େଇ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।