ଅନୁଭବ-ବର୍ଷା ବିବାଦ ନେଇ କଣ କହିଲେ ବିଜେଡି ନେତା, ଟିକେ ଶୁଣି ନିଅନ୍ତୁ

ଭୁବନେଶ୍ୱର : ତିନି ଦିନ ହେଲା ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର କାର୍ଯ୍ୟକାରିଣୀ ଚାଲିଛି । ଆଜି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ପରିଷଦ ବୈଠକରେ ସରକାର ଓ ସଙ୍ଗଠନ ପାଇଁ ମତାମତ ଲୋଡ଼ିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଏହି ବୈଠକରେ ଆଜି ଅନୁପସ୍ଥିତ ଅଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ୍‌ ସୁପର ଷ୍ଟାର ଅନୁଭବ ମହାନ୍ତି । ସାମ୍ବାଦିକଙ୍କ ଛଞ୍ଚାଣ ନଜର ପଡ଼ିଗଲା ଏ କଥା ଉପରେ । ତେଣୁ ଅନ୍ୟ ନେତାମାନଙ୍କ ଠାରୁ ପ୍ରତିକ୍ରିୟା ଚାହିଁଲେ ଯେ ଅନୁଭବ-ବର୍ଷା ବିବାଦରେ ସେମାନେ କଣ କହିବେ । କାହିଁକି ଅନୁଭବ ଆଜି ବୈଠକକୁ ଆସି ନାହାନ୍ତି ? ଦୁହିଙ୍କ ବିବାଦକୁ ନେଇ ଦଳ ଉପରେ କିଛି ପ୍ରଭାବ ପଡ଼ିବ କି? ଅନୁଭବଙ୍କ ଉପରେ କିଛି ଆକସନ୍‌ ନିଆଯିବ କି ? ଏମିତି ଅନେକ ପ୍ରଶ୍ନ ରହିଥିଲା ସାମ୍ବାଦିକମାନଙ୍କର ।

ତେବେ ଓଲିଉଡ୍‌ରୁ ଆସି ବିଜେଡିରେ ମିଶିଥିବା କୁନା ତ୍ରିପାଠୀ, ଅରିନ୍ଦମଙ୍କ ଭଳି ଅଭିନେତା ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । ଏହା ଅନୁଭବ ଓ ବର୍ଷାଙ୍କ ବ୍ୟକ୍ତିଗତ ମାମଲା ବୋଲି କହିଥିଲେ । ହେଲେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପରୋକ୍ଷରେ ବେଶ୍‌ ଟାଣ କଥା କହିଛନ୍ତି ।

ଅରିନ୍ଦମ କହିଲେ ଯେ ଜଣକର ବ୍ୟକ୍ତିଗତ ମାମଲାରେ ଆମେ ମୁଣ୍ଡ ପୂରାଇବା ଉଚିତ ନୁହେଁ । ମୁଁ ତାଙ୍କର ବାପା ମା ନୁହେଁ ଯେ ତାଙ୍କ ଭିତରେ କଣ ହୋଇଛି କହି ପାରିବି । ଜଣେ ଶୁଭେଚ୍ଛୁ ଭାବେ ସେମାନଙ୍କର ମଙ୍ଗଳ ଚାହିଁବି । ତେବେ ଜଣେ ବ୍ୟକ୍ତି ପାଇଁ ଓଲିଉଡ୍‌ କିମ୍ବା ବିଜେଡିର ଭାବମୂର୍ତ୍ତିରେ ଆଞ୍ଚ୍‌ ଆସିବ ନାହିଁ ବୋଲି ଅରିନ୍ଦମ କହିଛନ୍ତି । ଅବଶ୍ୟ ଅନୁଭବ କାହିଁକୁ ବୈଠକକୁ ଆସି ନାହାନ୍ତି ସେ କଥା ମଧ୍ୟ ମୁଁ ଜାଣି ନାହିଁ ବୋଲି ସେ କହିଛନ୍ତି ।

KUNAସେହିପରି କୁନା ତ୍ରିପାଠୀ କହିଛନ୍ତି କି ଏହା ସ୍ୱାମୀ ସ୍ତ୍ରୀ ଭିତର ଗଣ୍ଡଗୋଳ । ସେମାନେ ଆମକୁ କେବେ ସାମାଧାନ କି ପରାମର୍ଶ ପାଇଁ ଡାକି ନାହାନ୍ତି । ସେମାନଙ୍କ ସହ ମୋର ସମ୍ପର୍କ ରହିଛି । ହେଲେ ଏ ପ୍ରସଙ୍ଗରେ କେବେ କଥା ହୋଇ ନାହିଁ । ସେମାନଙ୍କ ଭିତରେ ଯାହା ଘଟିଛି କେବଳ ସେଇମାନେ ହିଁ କହି ପାରିବେ । ସ୍ୱାମୀ ସ୍ତ୍ରୀ ଝଗଡ଼ା ତ ବହୁତ ହେଉଛି । ସେମାନେ ସେଲିବ୍ରିଟି ବୋଲି ଘଟଣା ଏତେ ବଡ଼ ହୋଇଛି । ତେବେ ମୋ ମତରେ ସେମାନେ ଏକା ଏକା ବସି ନିଜ ବିବାଦର ସମାଧାନ କରିବା ଉଚିତ । କାରଣ ଯେଉଁଠି ମନ ମିଶୁ ନାହିଁ, ତାର ବାଟ ବି ସେଇମାନେ ହିଁ ବାହାର କରିବା ଉଚିତ । କାରଣ ଏହାର ସମାଧାନ ବାଟ ଅନ୍ୟ କେହି ବାହାର କରି ପାରିବେ ନାହିଁ ।

ଦେବାଶିଷ କହିଲେ, ନବୀନ ପଟ୍ଟନାୟକ ହେଉଛନ୍ତି ଭାରତ ବର୍ଷରେ ଏକ ବଡ଼ ଉଦାହରଣ । ଯିଏ କି ରାଜନୀତିରେ ଥାଇ କିଭଳି ଆଚରଣ ଓ ଉଚ୍ଚାରଣ କରାଯିବ ତାହା ଦେଖାଇଛନ୍ତି । ଯେଉଁ ରାଜନେତା ତାଙ୍କ ଠାରୁ କିଛି ଶିକ୍ଷା କରି ପାରୁନାହିଁ, ତାହା ଅତ୍ୟନ୍ତ ଦୁଃଖଦାୟକ ।

 

Leave A Reply

Your email address will not be published.