ଗଂଜାମ, ସାନଖେମୁଣ୍ଡିରେ ବିଜେଡିର ମିଶ୍ରଣ ପର୍ବ

ଗଂଜାମ : ସାନଖେମୁଣ୍ଡିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡିରେ ଯୋଗଦାନ କଲେ ସିପିଆଇର ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ସମେତ ଶତାଧିକ କର୍ମୀ । ସାନଖେମୁଣ୍ଡି ବିଧାୟିକା ନନ୍ଦୀନି ଦେବୀ, ଗଂଜାମ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ, ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଧାୟକ ଶ୍ରୀ କାନ୍ତ ସାହୁ କଂ ସମେତ ଜିଲ୍ଲାର ବହୁ ବିଜେଡି ନେତୃବୃନ୍ଦ ଯୋଗଦେଇ ଥିଲେ।