ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ଶଙ୍ଖଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ  । ଏହା ସହ ଜିଲ୍ଲା ସଦର ମହକୁମାରେ ସଭ୍ଯ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବ । ଫୋକସରେ ରହିବେ ଛାତ୍ର ଓ ମହିଳା । ଉଭୟ ଅନ ଲାଇନ ଓ ଅଫ ଲାଇନ୍ ରେ ସଭ୍ଯ ସଂଗ୍ରହ କରାଯିବ । କୋଟିଏ ସଭ୍ଯ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ବିଜେଡି ।

ପ୍ରଥମ ସଦସ୍ୟତା ନବୀକରଣ କରିବେ ନବୀନ। ପରେ ଦଳର ବରିଷ୍ଠ ନେତାମାନେ ସଦସ୍ୟତା ନବୀକରଣ କରିବେ  ।  ଏହାପରେ ନୂଆ ସଦସ୍ୟ ପାର୍ଟି ସହ ଯୋଡ଼ି ହେବେ ।  ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା ସଂଗ୍ରହ କରାଯିବ । ପ୍ରତି ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ରହିବେ । ଉଭୟ ଅନଲାଇନ ଓ ଅଫ ଲାଇନରେ ସଦସ୍ୟ ଅଭିଯାନ ଚାଲିବ । ଏଥିରେ ଛାତ୍ର ଓ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ। ଏହାପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ । ଦୁଇ ମାସ ଧରି ସାରା ରାଜ୍ୟରେ ଚାଲିବ ସଦସ୍ୟତା ଅଭିଯାନ ।  ପ୍ରତି ୩ ବର୍ଷରେ ଥରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ହୋଇଥାଏ । ଗତଥର କୋଟିଏରୁ ଅଧିକ ସଭ୍ୟସଂଗ୍ରହ ଦଳ କରିଥିଲା । ଏଥର ମଧ୍ୟ ସମାନ ଟାର୍ଗେଟ ରଖିଛି ବିଜେଡି । ୱାର୍ଡ, ପଞ୍ଚାୟତରୁ ଆରମ୍ଭ କରି ନିର୍ବାଚନୀ ମଣ୍ଡଳୀ ଯାଏଁ ବିଭିନ୍ନ ସଭା, ସମିତି କରାଯାଇ ସଦସ୍ୟ ଅଭିଯାନର ଲକ୍ଷ୍ୟକୁ ପୂରଣ କରାଯିବ ।

You might also like