ସହିଦ ମନୋଜ ବେହେରାଙ୍କ ଏକାଦଶାହରେ ଦେବାଶିଷ, ଯେଉଁ ଦାଦାଙ୍କୁ ଧକ୍କା ମାରିଥିଲେ ତାଙ୍କ ସହ ଉଠାଇଲେ ଫଟୋ

ନିଆଳି : ପୁଣି ଥରେ ଚର୍ଚ୍ଚାରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ଏଥର ବି ଚର୍ଚ୍ଚାର କାରଣ ସହିଦ ମନୋଜ ବେହେରାଙ୍କ ଦାଦା । ତେବେ ଏଥର ଦେବାଶିଷ ତାଙ୍କୁ ଧକା ମାରି କିମ୍ବା କ୍ଷମା ମାଗି ଚର୍ଚ୍ଚାକୁ ଆସିନାହାଁନ୍ତି । ବରଂ ଯେଉଁ ଦାଦାଙ୍କୁ ଧକ୍କା ମାରିବା ନେଇ ବିବାଦ ଜୋର୍ ଧରିଥିଲା, ଦେବାଶିଷ ଆଜି ତାଙ୍କ ସହ ଫଟୋ ଉଠାଇ ଆସିଛନ୍ତି ଚର୍ଚ୍ଚାକୁ । ଆଜି ସହିଦ ମନୋଜ ବେହେରାଙ୍କ ଏକାଦଶାହ ଥିଲା । ଯେଉଁଥିରେ ସାମିଲ ହୋଇଥିଲେ ବନ୍ଧୁବାନ୍ଧବଙ୍କ ସହ ରାଜନେତା ଏବଂ ସମାଜସେବୀ । ଦେବାଶିଷ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ । ଆଉ ସହିଦ୍ ମନୋଜ୍ ବେହେରାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ ।

ସୂଚନାଯୋଗ୍ୟ, ଅନ୍ତ୍ୟଷ୍ଟିକ୍ରିୟା ସମୟରେ ସହିଦ୍ ମନୋଜଙ୍କ ଦାଦାଙ୍କୁ ଦେବାଶିଷ ଧକ୍କା ମାରିଥିବା ଭିଡିଓ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ଦେବାଶିଷ ନିସର୍ତ୍ତ କ୍ଷମାପ୍ରାର୍ଥନା କରି ସେ ତାଙ୍କ ଦାଦା ବୋଲି ଜାଣିନଥିବା କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.