ବଜେଟ ଅଧିବେଶନ ପାଇଁ ବସିଲା ବିଜେଡିର ବିଧାୟକ ଦଳ ବୈଠକ, ରଣନୀତି ଏବଂ ବିରୋଧୀଙ୍କୁ ମୁକାବିଲା ନେଇ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍): ବଜେଟ ଅଧିବେଶନ ପାଇଁ ବସିଲା ବିଜେଡିର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ବିଧାନସଭା ରଣନୀତି ଏବଂ ବିରୋଧୀଙ୍କୁ ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଛି । ଅନ୍ୟପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଜେଟ ଅଧିବେଶନକୁ ନେଇ ବିଧାୟକ ଦଳ ବୈଠକ ହୋଇଛି ।

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବୈଠକ ହୋଇଛି । ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବ, ତାକୁ ନେଇ ଆଲୋଚନା ହୋଇଛି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ । ପିସିସି ସଭାପତି ଶରତ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ । ଅନ୍ୟ କଂଗ୍ରେସ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି । ବିଧାନସଭା ପାଇଁ ରରନୀତି ପ୍ରସ୍ତୁତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.