ପୁଣି ଉଠିଲା ମହାନଦୀ ପ୍ରସଙ୍ଗ: ବିଜେପି-ବିଜେଡି-କଂଗ୍ରେସ ମଧ୍ୟରେ ବିତର୍କ

ଭୁବନେଶ୍ୱର (କେନ୍ୟୁଜ): ପୁଣି ଉଠିଲା ମହାନଦୀ ପ୍ରସଙ୍ଗ । ବିଜେପି-ବିଜେଡି-କଂଗ୍ରେସ ମଧ୍ୟରେ ବିତର୍କ । ମହାନଦୀ ଜଳ ବିବାଦର ସମାଧାନ ବର୍ତ୍ତମାନ ସହଜ ହେବ । ରାଜ୍ୟ କେନ୍ଦ୍ର ଓ ଛତିଶଗଡ଼ରେ ସମାନ ସରକାର । ଓଡ଼ିଶା ସରକାର ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ପ୍ରସଙ୍ଗର ସମାଧାନ ଲାଗି ଚେଷ୍ଟା କରିବେ ବୋଲି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଛତିଶଗଡ଼ରେ ଡ୍ୟାମ ସବୁ ହେବା ପରେ ଆଜି ମହାନଦୀ ଶୁଖିଲା ପଡିଛି । ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିଲେ ବହୁତ ଭଲ । ଶୀଘ୍ର ସମାଧାନର ବାଟ ବାହାରିବ । କିନ୍ତୁ ସେଥିପାଇଁ ମାନସିକତା ରହିବା ଦରକାର ବୋଲି ପ୍ରସନ୍ନ କହିଛନ୍ତି। ସେହିପରି ମହାନଦୀ ଆମର ଜୀବନ ରେଖା । ତୁରନ୍ତ ମହାନଦୀ ସମସ୍ୟାର ସମାଧାନ ବିଜେପି ସରକାର କରନ୍ତୁ ।

ଓଡ଼ିଶାବାସୀଙ୍କୁ ନ୍ୟାୟ ଦିଅନ୍ତୁ । ଏହା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏପଟେ ମହାନଦୀ ପ୍ରସଙ୍ଗରେ ଜବାବ ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। କହିଛନ୍ତି ବିଜେଡି ସରକାର ୨୪ ବର୍ଷ ସରକାରରେ ଥିଲା । ସଂସଦୀୟ ବ୍ୟବସ୍ଥାରେ ମହାନଦୀ ଜଳ ବିବାଦ ପାଇଁ କଣ କରିଛ ବୋଲି ପଚାରିଛନ୍ତି । ଛତିଶଗଡ଼ ସହ ମହାନଦୀ ଜଳ ବିବାଦ କୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାର କେତେଥର କଥା ହୋଇଛନ୍ତି ?

ଏଭଳି ସମସ୍ୟା ନାହିଁ ଯେଉଁ ସମସ୍ୟାର ସମାଧାନ ହୋଇ ପାରିବନି । ବହୁତ ବିଳମ୍ବ ହୋଇଗଲାଣି। ବର୍ତ୍ତମାନ ନୂଆ ସରକାର ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ସହ କଥା ହୋଇ ସାମ୍ବିଧାନିକ ଫୋରମରେ ଓଡ଼ିଶାର ପକ୍ଷ ରଖିବ ଏବଂ ଓଡିଶାବାସୀଙ୍କୁ ନ୍ୟାୟ ଦେବେ ବୋଲି ସୁରେଶ କହିଛନ୍ତି ।

Leave A Reply

Your email address will not be published.