କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ବିପୁଳ ସମ୍ବର୍ଦ୍ଧନା

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲାରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା। ବିଜେଡି ନେତା, କର୍ମୀ ଓ ସମର୍ଥକ ସେମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ। ବିଭିନ୍ନ ସ୍ଥାନରେ ଡକ୍ଟର ଅଚ୍ୟୁତ ସାମନ୍ତ ଓ ପ୍ରଦୀପ ଅମାତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କୁ ବିପୁଳ ବ୍ୟବଧାନରେ ଜିତାଇଥିବାରୁ ଏହି ଅବସରରେ ବୌଦ୍ଧ ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ ଡକ୍ଟର ସାମନ୍ତ। ସମ୍ବର୍ଦ୍ଧନା ସଭାରେ ଲୋକଙ୍କୁ ସମ୍ବୋଧିତ କରିବା ସହ ବୌଦ୍ଧ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିକାଶ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବାଧିକ ନମ୍ବର ରଖିଥିବା ପୁରୁଣାକଟକ ହାଇସ୍କୁଲ ଛାତ୍ର ଶରତ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଡକ୍ଟର ସାମନ୍ତ।

Leave A Reply

Your email address will not be published.