ସାଂସଦ ଅପରାଜିତଙ୍କ ପୁରୀ ଗସ୍ତ, ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନ୍ନା ଖାଁ କହିଲେ : “ଦର୍ଶନ କରିବା କାହାକୁ ମନା ନାହିଁ କିନ୍ତୁ ରାଲି ପାଇଁ ମନା”

ପୁରୀ (କେନ୍ୟୁଜ): ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ନିୟମ ମାନିବା ସମସ୍ତଙ୍କ କର୍ତ୍ତବ୍ୟ । ଯଦି ପ୍ରଶାସନ ଅନୁମତି ଦେଇନି କିଛି କାରଣ ଥାଇପାରେ । ଆଇନଶୃଙ୍ଖଳା ସ୍ଥିତି ବି ଥାଇ ପାରେ । ରାଲି ପାଇଁ ନିୟମ କାନୁନ ରହିଛି । ସେ କଥା ବୁଝିବା ଦରକାର । ଦର୍ଶନ କରିବା କାହାକୁ ମନା ନାହିଁ । କିନ୍ତୁ ରାଲି ପାଇଁ ମନା ଅଛି, କାହିଁକି ସେ ରାଲି କରିବେ । ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନି ବୋଲି ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି ।

ଘଟଣାକୁ ନେଇ କେବଳ ରାଜନୀତି କରାଯାଉଥିବା ସେ କହିଛନ୍ତି । ତେବେ ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆଜି ପୁରୀରେ ପଦଯାତ୍ରା କରିବାକୁ ଅନୁମତି ଦେଇନଥିଲା ପ୍ରଶାସନ । ତେଣୁ ବଭିନ୍ନ ସଙ୍ଗଠନ ଏବଂ ରାଜନୈତିକ ଦଳ ପକ୍ଷରୁ ପଦଯାତ୍ରାକୁ ସ୍ଥଗିତ ରଖଯାଇଥିଲା । କିନ୍ତୁ ଆଜି ଅପରାଜିତା ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ତାଙ୍କ ସହ ଶତାଧିକ ଲୋକ ଯାଉଥିବା ଦେଖିବାକୁ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.