ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି, ଶୂନ୍ୟକାଳରେ ଦାବି ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି ଉଠାଇଲା ବିଜେଡି ।  ବିଜେଡି ସାଂସଦ ସସ୍ମିତ ପାତ୍ର ଶୂନ୍ୟକାଳରେ ଏହି ଦାବି ଉଠାଇଛନ୍ତି ।  କହିଛନ୍ତି ଗତ ୧୨ ବର୍ଷ ହେଲା ରୟାଲ୍ଟି ବୃଦ୍ଧି କରିନାହାଁନ୍ତି କେନ୍ଦ୍ର ସରକାର ।

କୋଇଲା ଉତ୍ପାଦନରେ ଦେଶର ଶୀର୍ଷ ୨ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।  ଦେଶର ଶକ୍ତି ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ବହୁ ଅବଦାନ ରହିଛି ।  ଏହା ସତ୍ତ୍ବେ ରୟାଲ୍ଟି ବୃଦ୍ଧି ନହେବାରୁ ରାଜ୍ୟ କ୍ଷତି ସହୁଛି ।  ବାର୍ଷିକ ୧୦ ହଜାର କୋଟି ଟଙ୍କା କ୍ଷତି ସହୁଛି ରାଜ୍ୟ ।  ରୟାଲ୍ଟି ବୃଦ୍ଧି ନେଇ ଦାବି ପୂର୍ବରୁ କରି ଆସୁଥିଲେ ନବୀନ ପଟ୍ଟନାୟକ ।