ଆଗାମୀ ନିର୍ବାଚନ ପାଇଁ ବିଜେଡିର ନୂଆ ଅଭିଯାନ : ଘରେ ଘରେ ଶଙ୍ଖ,ମତାମତ ଦିଅନ୍ତି ଆପଣ

ଭୁବନେଶ୍ବର(କେନ୍ୟୁଜ୍) : ଆଗାମୀ ନିର୍ବାଚନ ପାଇଁ ବିଜେଡିର ନୂଆ ଅଭିଯାନ । ଘରେ ଘରେ ଶଙ୍ଖ: ମତାମତ ଦିଅନ୍ତି ଆପଣ, ପାଳନ କରିବେ ନବୀନ । ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ଏହି ଅଭିଯାନକୁ ବିଜୁ ମହିଳା ଜନତା ଦଳର କାର୍ୟ୍ୟକର୍ତ୍ତାମାନଙ୍କ ସହ ମହିଳାମାନେ ମିଶି ରାଜ୍ୟର ସମସ୍ତ ଘରେ ଘରେ ପହଞ୍ଚାଇବେ। ଏଥିରେ ପ୍ରତ୍ୟେକ ଓଡ଼ିଶାବାସୀ ସାମିଲ ହେବାକୁ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଲୋକଙ୍କ ମତାମତ ଗ୍ରହଣ କରି ପାଳନ କରିବେ ମୁଖ୍ୟମନ୍ତ୍ରୀ। ଫର୍ମ ପ୍ରସ୍ତୁତ କରି ଲୋକଙ୍କ ପାଖକୁ ଯିବ ଦଳ। ଲୋକଙ୍କ ମତାମତ ନେଇ ଇସ୍ତାହାର ପ୍ରସ୍ତୁତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।