ଅକ୍ଟୋବର ୨ରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା, ଲୋକାଭିମୂଖୀ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଜଣାଇବ ଦଳ

ଭୁବନେଶ୍ବର(କେନ୍ୟୁଜ୍):  ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା। ଏକମାସ ବ୍ୟାପୀ ଚାଲିବାକୁ ଥିବା ଜନସଂପର୍କ ପଦଯାତ୍ରା ନଭେମ୍ବର ୨ତାରିଖରେ ଶେଷ ହେବ। ଏହି ସମୟରେ ଅକ୍ଟୋବର ୨ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ୯ତାରିଖରେ ଗୋପବନ୍ଧୁ ଜୟନ୍ତୀ, ୧୧ତାରିଖରେ ଲୋକନାୟକ ଜୟପ୍ରକାଶ ଜୟନ୍ତୀ ପାଳନ ହେବ। ଜନସଂପର୍କ ପଦଯାତ୍ରା ଜିଲ୍ଲାସ୍ତରରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ। ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ, ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ ପ୍ରାର୍ଥୀ ଏବଂ ଜିଲ୍ଲା ସ୍ତରରେ ସଂପୃକ୍ତ ଜିଲ୍ଲା ସଭାପତି ଉପସ୍ଥିତ ରହି ଜନସଂପର୍କ ଯାତ୍ରାକୁ ସଫଳ କରାଇବେ।

ପଦଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ପ୍ରତି ଘରେ ବିଜୁ ଜନତା ଦଳ ସରକାରଙ୍କ ଲୋକାଭିମୂଖୀ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ। ଏହା ସହ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜନସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ। ନଭେମ୍ବର ୨ତାରିଖରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ସହ ରାଜ୍ୟର ଉନ୍ନତି ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ସମୁହ ଶପଥ ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.