ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବିଜେଡି : ମୁଖ୍ୟମନ୍ତ୍ରୀ

ପାଟକୁରା(କେନ୍ୟୁଜ୍) : ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବିଜେଡି । ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଦୁଇଟି ନିର୍ବାଚନରେ ବିଜେଡିର ପ୍ରଦର୍ଶନ ବହୁତ ଭଲ ରହିବ । ଗତକାଲି ପ୍ରଧାନମନ୍ତ୍ରୀ ଓ୍ଵାନ୍‌ ନେସନ୍‌ ଓ୍ଵାନ୍‌ ଇଲେକ୍ସନ ନେଇ ଡାକିଥିବା ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଓ୍ଵାନ୍‌ ନେସନ ଓ୍ଵାନ ଇଲେକ୍ସନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କମିଟି ଗଠନ କରିଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି । ଏହା କାର୍ଯ୍ୟକାରୀ ହେବା ନେଇ ସେ ଆଶାବାଦୀ ଅଛନ୍ତି । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ ପାଇଁ ସେ ଦେଇଥିବା ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିବାରୁ ଆନନ୍ଦିତ ବୋଲି କହିଛନ୍ତି ନବୀନ । ଏହା ସହ ଫନି ସହାୟତା ଓ ସ୍ୱତନ୍ତ୍ର ରାଜ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍‌ଶୀଘ୍ର କେନ୍ଦ୍ର ଏନେଇ ବିଚାର କରିବ ବୋଲି ନବୀନ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.