ଦରଦାମ ବୃଦ୍ଧି ପ୍ରତିବାଦ, ଆସନ୍ତା ୬ରେ ଲୋୟର ପିଏମଜିରେ ବିଜେଡିର ବିକ୍ଷୋଭ
ଭୁବନେଶ୍ୱର : ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ୬ରେ ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ କରିବ ଦଳ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅହେତୁକ ଦର ବୃଦ୍ଧି ଲୋକଙ୍କୁ ବାଧୁଛି। ଓଡ଼ିଶାର ଜନସାଧାରଣଙ୍କ ଉପରେ ଦରଦାମ ବୋଝ ପାଲଟିଛି । ଗ୍ୟାସ, ପେଟ୍ରୋଲ, ଡାଲି, ତେଲ, ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ହୋଇଛି ଦରଦାମ ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ ଚୁପ୍ ବସିବୁ ନାହିଁ ବୋଲି କହିଛନ୍ତି ବିଜେଡି ନେତା ।