ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତାକାଲି ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ ।   ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ ବୋଲି କୁହାଯାଉଛି ।  ସାଧାରଣ  ନିର୍ବାଚନ-୨୦୨୪ରେ ଶୋଚନୀୟ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି । ବିଜେଡି ସଭାପତି ପଦ ପାଇଁ ନବୀନ ନାମାଙ୍କନ ଭରିବେ ବୋଲି ବିଜେଡି ସମନ୍ନୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ତେବେ ବିଜେଡି ସଭାପତି ରେସ୍ ପାଇଁ ଆଉ କେହି ନଥିବା କାରଣରୁ ସେ ପୁଣି ଥରେ ସଭାପତି ବୋଲି କୁହାଯାଉଛି । ଦୁଇଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ । ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ । ଖୁବ୍‌ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ।

ଅନ୍ୟପକ୍ଷେ, ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବ‌େଳେ, ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା ହୋଇଛି ।  ବିଜେଡିର ସାଗଂଠନିକ ନିର୍ବାଚନରେ ୩୩ ସାଗଂଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ବ ଦିଆଯାଇଛି ।

Also read : ମୁହଁ ଖୋଲିଲେ ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେଡି ନେତାଙ୍କ ହୋଟେଲ ବୈଠକକୁ ନା ପସନ୍ଦ