ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ବୋଲି ଆଜି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ତାର ପ୍ରସାଦ ବାହିନୀପତି । ବିଧାନସଭାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ମୋର ନବୀନ ପଟ୍ଟନାୟକଙ୍କ ପ୍ରତି ବହୁତ ସମ୍ମାନ ରହିଛି । ମୁଁ ଆଜି ତାଙ୍କ ପଛେ ପଛେ ଆସୁଥିଲି, ଭାବୁଥିଲି ତାଙ୍କ ପାଦ ଏପଟ ସେପଟ ହୋଇଯିବ ।
ହେଲେ ସେ ବିନା କାହାର ସହାୟତାରେ ଆରାମରେ ଗୋଟିଏ ପରେ ଗୋଟିଏ ପାଦ ପକାଇ ବିଧାନସଭା ବାହାରକୁ ଆସିଲେ । ତାଙ୍କର ନା ହାତ ଥରୁଥିଲା ନା ଶରୀର । ସେ ବହୁତ ସୁସ୍ଥ ଓ ସବଳ ଥିବା ମୁଁ ଲକ୍ଷ୍ୟ କରିଥିଲି । ପୂର୍ବରୁ ତାଙ୍କ ସମ୍ପର୍କରେ ଯାହା କୁହାଯାଉଥିଲା ବା କରାଯାଉଥିଲା ତାହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଥିଲା ବୋଲି କହିଛନ୍ତି ଶ୍ରୀ ବାହିନୀପତି । ସଦ୍ୟ ସମାପ୍ତ ନିର୍ବାଚନ ସମୟରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ରାଜନେତା ଅନେକ ପ୍ରଶ୍ନ ଉଠାଇଥିଲେ । ହେଲେ ତାହା ଆଜି ତାଙ୍କ ସ୍ୱାସ୍ଥ୍ୟରେ ମୁଁ ଦେଖିବାକୁ ପାଇଲି ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ତାରାବାହୀନିପତି କହିଛନ୍ତି ।