ମୁହଁ ଖୋଲିଲେ ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେଡି ନେତାଙ୍କ ହୋଟେଲ ବୈଠକକୁ ନା ପସନ୍ଦ

ଭୁବନେଶ୍ୱର : ବିଜେଡିକୁ ନେଇ ନାନା ରାଜନୈତିକ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ତିନି ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିଲେ । ଭି କେ ପାଣ୍ଡିଆନଙ୍କୁ ନେଇ ଉଠିଥିବା ଚର୍ଚ୍ଚା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ମନ୍ତବ୍ୟ ଓ ବିଜେଡି ନେତାଙ୍କ ହୋଟେଲ ବୈଠକକୁ ନେଇ ମତ ରଖିଛନ୍ତି ।
ପାଣ୍ଡିଆନଙ୍କୁ ପ୍ରଶଂସା କରି ନବୀନ କହିଛନ୍ତି, ବିଗତ ଦିନରେ କାର୍ତ୍ତିକେୟନ ପାଣ୍ଡିଆନ ରାଜ୍ୟ ପାଇଁ ଏବେ ଦଳ ପାଇଁ ଅନେକ ଭଲ କାମ କରିଛନ୍ତି । ତେଣୁ ଯାହା ବି ହେଲେ ତାଙ୍କୁ ସମାଲୋଚନା କରାଯିବା କଥା ନୁହଁ । ସେ ୧୦ ମାସ ତଳୁ ଦଳ ଛାଡି ସାରିଲେଣି । ତେଣୁ ପାଣ୍ଡିଆନ ଦଳର କୌଣସି କାର୍ଯ୍ୟରେ ସାମିଲ ନାହାଁନ୍ତି ।
ରାଜନୈତିକ ମହଲରେ ବିଜେଡିକୁ ନେଇ ନାନା ଚର୍ଚ୍ଚା ଚାଲିଥିଲା । ଏପରି କି କିଛି ନେତା ହୋଟଲେ ବୈଠକ କରୁଥିଲେ। ଯାହାକୁ ନବୀନ ନାପସନ୍ଦ କରିଛନ୍ତି । କହିଛନ୍ତି ବୈଠକ କରିବାର ଥିଲେ ବିଜେଡିର ପାର୍ଟି ଅଫିସ ଶଙ୍ଖ ଭବନ ରହିଛି । ଯଦି ବୈଠକ କରିବାକୁ ଚାହଁ ତେବେ ଶଙ୍ଖ ଭବନରେ ବୈଠକ କର ବୋଲି ଦଳୀୟ ନେତାଙ୍କୁ ତାଗିଦ୍ କରିଛନ୍ତି ନବୀନ ।
ବିଜେଡିକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଭିନ୍ନଭିନ୍ନ ମତ ଉପରେ, ସ୍ପଷ୍ଟ ଜବାବ ରଖିଛନ୍ତି ନବୀନ । କହିଛନ୍ତି, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କିଛି ବର୍ଷ ହେଲା ଦଳରୁ ବହିଷ୍କୃତ ହୋଇଛନ୍ତି । କାରଣ ସେ ଚିଟ୍ ଫଣ୍ଡ ମାମଲାରେ ଜେଲ ଯାଇଥିଲେ । ତେଣୁ ସେ ବିଜୁ ଜନତା ଦଳର ସଦସ୍ୟ ନୁହଁନ୍ତି ବୋଲି ନବୀନ ସ୍ପଷ୍ଟ କରିଛନ୍ତି ।
Also read: ଭିକେ ପାଣ୍ଡିଆନଙ୍କୁ ନବୀନଙ୍କ ପ୍ରଶଂସା, ରାଜ୍ୟ ଓ ଦଳ ପାଇଁ ସେ ବହୁତ ଭଲ କାମ କରିଛନ୍ତି