ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସର୍ବସମ୍ମତିରେ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳ ନେତା ସହ ବିରୋଧୀ ଦଳ ନେତା ଭାବେ ମନୋନୀତ କରାଯାଇଛି ।

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧୀ ଦଳ ଉପନେତା ଭାବେ ଘୋଷଣା କରାଯାଇଛି । ସେହିପରି ପ୍ରମିଳା ମଲ୍ଲିକଙ୍କୁ ବିଜେଡି ମୁଖ୍ୟ ସଚେତକ ଓ ପ୍ରତାପ ଦେବଙ୍କୁ ଉପମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି । ଆସନ୍ତା କାଲି ବିଧାନସଭାର ବାଚସ୍ପତି ନିର୍ବାଚନ ଥିବା ବେଳେ ଆଜି ଶଙ୍ଖ ଭବନରେ ବସିଥିଲା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ବିରୋଧୀ ଦଳ ନେତା ମନୋନୀତ ହେବ ସହ ଦଳର ରଣନୀତି ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଭେଟେରାନଙ୍କ ଉପରେ ଭରସା କହିଛନ୍ତି ବିଜେଡି ସୁପ୍ରିମୋ । ବରିଷ୍ଠ ନେତାଙ୍କୁ ଦଳ ବିଧାନସଭାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନ୍ୟସ୍ତ କରିଛି । ଶାସକ ଦଳକୁ କାଉଣ୍ଚର କରିବାକୁ ଅଭିଜ୍ଞ ନେତା ବଡ଼ ଭୂମିକାରେ ନଜର ଆସିବେ । ୨୪ ବର୍ଷ ପରେ ବଦଳିଛି ବିଧାନସଭାର ସ୍ଥିତି । ବିରୋଧୀ ଦଳ ଆସନରେ ବସିଛି ବିଜେଡି ।

 

You might also like