ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଗସ୍ତ ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଲା ବିଜେଡି

ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଗସ୍ତ ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଲା ବିଜେଡି । କିନ୍ତୁ ରାଜ୍ୟ ସରକାର ଖବର କାଗଜରେ ଦେଇଥିବା ବିଜ୍ଞାପନକୁ କଟାକ୍ଷ କରିଛି ବିଜେଡି । ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ସରକାର ଅଧା ଲେଖିଛନ୍ତି ।
ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ବିନା ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ବୋଲି କହିଛି ବିଜେଡି । ୱାର୍ଲଡ ସ୍କିଲ ସେଣ୍ଟର ପାଇଁ କେନ୍ଦ୍ର ଗୋଟିଏ ଟଙ୍କାର ଅନୁଦାନ ନାହିଁ । ରାଜ୍ୟ ସରକାର ୱାର୍ଲ୍ଡ ସ୍କିଲ ସେଣ୍ଟରରେ ୧୨୦୦ କୋଟି ନିବେଶ କରିଥିଲେ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।
ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ୱାଲ୍ଡ ସ୍କିଲ ସେଣ୍ଟରକୁ ନେଇକି ଯିବେ, ହେଲେ ସେଥିରେ କେନ୍ଦ୍ର ସରକାରଙ୍କ ଗୋଟିଏ ଟଙ୍କାର ଅନୁଦାନ ନାହିଁ । ସେଇଠୁ ସିଙ୍ଗାପୁର ପଠେଇ ଟ୍ରେନିଂ ଦିଆଯାଇଛି ଯାହା ଫଳରେ ଆଜି ଓଡ଼ିଶାର ତିନୋଟି ଆଇଟିଆଇ ଭାରତର ପ୍ରମୁଖ ୧୦ ନମ୍ବର ଆଇଟିଆଇ ଭିତରେ ରହିଛି । ୱାର୍ଲ୍ଡ ସ୍କୁଲ ସେଣ୍ଟରରେ ୧୨୦୦ କୋଟି ରାଜ୍ୟସରକାର ନିବେଶ କରିଥିଲେ । ଏଥିରେ ପ୍ରତ୍ୟେକ ବର୍ଷ ୧୫୦୦ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ।