ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା: ବର୍ଷିଲା ବିଜୁ ଜନତା ଦଳ

ଭୁବନେଶ୍ୱର (କେନ୍ୟୁଜ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା । ପ୍ରେସମିଟ୍ କରି ବର୍ଷିଲା ବିଜୁ ଜନତା ଦଳ । ରାଜ୍ୟର ଦାବି ଅନୁସାରେ କେନ୍ଦ୍ର ଘର ଦେଲେ ନାହିଁ। ୧୫ ଲକ୍ଷ ଘର ଆବଶ୍ୟକ। ବିଜେପି ସାଂସଦ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଡ୍ରାମା କରୁଛନ୍ତି, ମାତ୍ର ୮ ଲକ୍ଷ ଘର ଦେଲେ। ଯଦି ତାଲିକାରେ ଅଯୋଗ୍ୟ ଅଛନ୍ତି ତେବେ ବିଜେପି ନେତା ମାନେ ଲିଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ। ବିଜେପି ସାଂସଦ ମାନେ ଡାହାଣୀ ହୋଇ ଲାଗୁଛନ୍ତି ଗୁଣିଆ ହୋଇ ଝାଡୁଛନ୍ତି।

ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଓଡିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଇ ଆବାସ ଅଟକାଇ ଦେଲେ, ବିଜେଡି ଏହାକୁ ନିନ୍ଦା କରୁଛି। ଏହା ଓଡିଶାର ରାଜନୀତି ଇତିହାସରେ କଳା ଅଧ୍ୟାୟ। ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରୁଛି ବିଜେଡି। ଏ ଷଡ଼ଯନ୍ତ୍ର କେବଳ ୧୫ଲକ୍ଷ ଘର ଅଟକାଇବା ପାଇଁ ନୁହେଁ । ଆଗକୁ ଯୋଜନା ବନ୍ଦ କରିବେ ଏବଂ ଓଡିଶାକୁ ଆଉ ଘର ଦେବେ ନାହିଁ ବୋଲି ବିଜେଡି କହିଛି ।

ଓଡିଶା ଲୋକଙ୍କ ପାଇଁ ବିଜେଡ଼ିର ସଂଗ୍ରାମ ଜାରି ରହିବ। ଓଡ଼ିଶା ଲୋକଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ବିଜେପିର ସାଂସଦ ମାନେ। କାହିଁକି ଚୁପ ବସିଲା ବିଜେପି। ଗାଇଡ଼ଲାଇନ ତିଆରି ବେଳେ କାହିଁକି ଚୁପ ବସିଲେ। କେନ୍ଦ୍ର ସରକାର ଗାଇଡ଼ଲାଇନ କରିଛନ୍ତି। କାହିଁକି ବଦଳାଇବାକୁ କହୁନାହାନ୍ତି। ପଲ୍ଲୀସଭାରେ ଆପତ୍ତି ଆଣୁନାହାନ୍ତି କାହିଁକି। ମିଛ ପ୍ରହେଳିକା ସୃଷ୍ଟି ନକରନ୍ତୁ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ବିଜେପି ସାଂସଦଙ୍କ ଫଟୋ ଦେଖାଇ ଅଭିଯୋଗ କଲା ବିଜେଡ଼ି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.