ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର(କେନ୍ଯୁଜ୍) : ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ଆଗରେ ବିକ୍ଷୋଭ କରିଛି ବିଜେଡି ।  ଆଗାମୀ ଦିନରେ ଏ ପ୍ରସଙ୍ଗ ନେଇ ଗାଁ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବ ଦଳ । ଦର ନ କମିବା ଯାଏ ଆନ୍ଦୋଳନ ଜାରି ରଖିବ ବୋଲି ବିଜେଡି କହିଛି । ପେଟ୍ରୋଲ, ଡିଜେଲର ଅହେତୁକ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମାଲକାନଗିରି, ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ଦର ପାଖାପାଖି ୮୬ ଟଙ୍କା ରହିଛି ।

bjdସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ୮୨ ଟଙ୍କା ପାର୍‌ ହେଲାଣି । ତୈଳ ଦର ବୃଦ୍ଧି ଯୋଗୁଁ ବସ ଭଡ଼ାରୁ ଆରମ୍ଭ କରି ଅନ୍ୟ ସାମଗ୍ରୀର ଦର ବଢୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୈଳ ଦର ବୃଦ୍ଧି ସଂପର୍କରେ ସଚେତନତା ନେଇ ଗତ ମାସରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଲିଫଲେଟ ବାଣ୍ଟିଥିଲା ବିଜେଡି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.