ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ବିଜେଡି ବିକ୍ଷୋଭର ଆଜି ଶେଷ ଦିନ

ଭୁବନେଶ୍ବର(କେନ୍ଯୁଜ୍) : ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏହାପୂର୍ବରୁ ବେକାରୀ ସମସ୍ୟାକୁ ନେଇ ଚାଲିଛି ଲଢ଼େଇ । ରାଜ୍ୟରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ବିକ୍ଷୋଭ ଚଳାଇଛି ବିଜେଡି । ଆଜି ତୃତୀୟ ତଥା ଶେଷ ଦିନରେ ଦଳ ପକ୍ଷରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ନାଲକୋ, ପଟିଆ ସ୍ଥିତ ଆଇଓସିଏଲ୍, ରେଳ ସଦନ, ଏମ୍ସିଏଲ୍ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସେହିପରି ପାରାଦୀପରେ ମଧ୍ୟ ଆଇଓସିଏଲ୍ ରିଫାଇନାଲୀ ଆଗରେ ବିଜେଡି ନେତା ଓ କର୍ମୀ ବିକ୍ଷୋଭ ଓ ଧାରଣା ଦେଉଛନ୍ତି । ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଓଡ଼ିଆଙ୍କ ନିଯୁକ୍ତି ପ୍ରସଙ୍ଗରେ ୫ ତାରିଖରୁ ରାଜ୍ୟର ସବୁ ପିଏସୟୁ ଆଗରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଉଛି । ଗତ ସାଢ଼େ ୪ ବର୍ଷରେ ରାଜ୍ୟର କେତେ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି ବୋଲି ପ୍ରଶ୍ନ କରଛି ଦଳ ।