ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ: ରାସ୍ତାକୁ ଓହ୍ଲାଇଲା ବିଜେଡି, ପାର୍ଟି ଅଫିସରୁ ରାଜଭବନ ଅଭିମୁଖେ ସାଇକେଲ ରାଲି

ଭୁବନେଶ୍ୱର (କେନ୍ୟୁଜ): ଦରଦାମ ବୃଦ୍ଧିରେ ଲାଗୁନି ବ୍ରେକ୍‌ । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବଜେଡି। ଭୁବନେଶ୍ୱର କେଶରୀ ହଲ୍‌ ନିକଟରୁ ରାଲି ବାହାରି ରାଜଭବନ ଅଭିମୁଖେ ଯାଉଛନ୍ତି। ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଗଣଧାରଣା ଦିଆଯିବ। ଏହାସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ। ପେଟ୍ରୋଲ, ଡିଜେଲ, ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ବ୍ରେକ୍‌ ଲାଗୁନି । ଦୁଇ ବର୍ଷ ଭିତରେ ୩୦% ବୃଦ୍ଧି ପାଇଛି ତୈଳ ଦର । ଏଲପିଜି ସିଲିଣ୍ଡର ଦର ହଜାରେ ଟଙ୍କାରେ ପହଞ୍ଚିଲାଣି।

କେନ୍ଦ୍ର ସରକାର ଦରଦାମ୍‌ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି କହିଛି । ଏ ପ୍ରସଙ୍ଗକୁ ନେଇ ଆଜିଠାରୁ ରାଜରାସ୍ତାକୁ ଓହ୍ଲାଇଛି ଦଳ । ଆସନ୍ତାକାଲି ବିକ୍ଷୋଭ କରିବ ବିଜୁ ମହିଳା ଜନତା ଦଳ । ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ୧୪୭ଟି ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରତିବାଦ କରାଯିବ । ଭୁବନେଶ୍ୱର କେଶରୀ ହଲ ନିକଟରୁ ସାଇକେଲ ରାଲିରେ ବାହାରିଛନ୍ତି ବିଜେଡି ନେତା ଓ ଛାତ୍ର ଜନତା ଦଳର କର୍ମୀ । ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ପ୍ରତିବାଦ କରିବ ବିଜେଡି ମହିଳା ମୋର୍ଚ୍ଚା । ୫ରୁ ୭ ତାରିଖ ଯାଏଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଥିବା ପେଟ୍ରୋଲ ପମ୍ପରେ ପ୍ରତିବାଦ ଆନ୍ଦୋଳନ କରିବ ବିଜେଡି ଯୁବ ଓ ଛାତ୍ର ସଂଗଠନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.