ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ନନ୍ଦିପୁର ପଂଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦିପୁର ପଂଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଂଝାରପୁର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରା ବାବଳପୁର ଛକରୁ ଆରମ୍ଭ ହୋଇଥିଲା । ପଦଯାତ୍ରା ନନ୍ଦୀପୁର ପଂଚାୟତର ସମସ୍ତ ଗାଁକୁ ଗାଁ ପରିକ୍ରମା କରିଥିଲା । ଏହି ପଦଯାତ୍ରାରେ ବିଜେଡିର ଯୁବ,ମହିଳା,କୃଷକ ସଂଗଠନ ଗୁଡିକ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନାର ସପଂଳତା ସଂପର୍କରେ ଲୋକଙ୍କୁ ଅବଗତ କରାଯିବା ସହିତ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ବିଭିନ୍ନ ମତାମତ ମଧ୍ୟ ନିଆଯାଇଥିଲା । ଏହି ପଦଯାତ୍ରାରେ ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ସମେତ ବହୁ ବ୍ଲକସ୍ତରୀୟ ନେତା,କର୍ମୀ ଓ ଲୋକପ୍ରତିନିଧି ସାମିଲ ହୋଇଥିଲେ ।
ଯାଜପୁର ଟାଉନରୁ ଦେବାଶିଷ ସାହୁ,କେନ୍ୟୁଜ ଓଡ଼ିଶା ।